ଓ.ପି.ଏସ.ସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ, ସଫଳତାର ଶୀର୍ଷରେ ପହଞ୍ଚିଲେ ଆଶୁତୋଷ।
————
ଭଦ୍ରକ/ବାସୁଦେବପୁର -: (ରିପୋର୍ଟ ଅଜୟ କୁମାର ମଲ୍ଲିକ) ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଲୁଙ୍ଗା ବଡକିଆରି ଗ୍ରାମର ମାତା ଚମ୍ପାବତୀ ଓ ପିତା ଅଭିମନ୍ୟୁ ମଲ୍ଲିକ ଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ଆଶୁତୋଷ ମଲ୍ଲିକ। ଯିଏକି ପିଲାଟି ଦିନରୁ ଦେଖୁଥିଲେ ଜଣେ ପ୍ରସାଶନିକ ଅଧିକାରୀ ହେବା ପାଇଁ। ପାରିପାର୍ଶ୍ବିକ ପରିବେଶ, ଅନୁକୂଳ ବାତାବରଣ,ଗୁରୁଜୀ,ଗୁରୁମା ଙ୍କ ବେତ ଛାଟ, ଜେଜେ ମାଁ ଙ୍କ ଆଶିର୍ବାଦ,ବାପା ,ବଉ ଙ୍କ ନିଷ୍ଠା, ମଝିଆ ବାବା ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଦମ୍ୟ ଚେଷ୍ଟା, ବଡ଼ ଭାଇ,ବଡ଼ ଭଉଣୀ ଙ୍କ ବିଭିନ୍ନ ପ୍ରକାର ସହଯୋଗ ଆଉ ନିଜର କଠୋର ଅଧ୍ୟବସାୟ ଆଜି ତାଙ୍କୁ ସଫଳତାର ଶୀର୍ଷ ସୀମାରେ ପହଁଚାଇ ପାରିଛି। ଓଡ଼ିଶା ଲୋକ ସେବା ଆୟୋଗ ଙ୍କ ଚିଠି ଅନୁସାରେ ଓଡ଼ିଶାରେ ସହକାରୀ ବନ ସଂରକ୍ଷକ (ଏ.ସି.ଏଫ୍) ଭାବେ ୩୦ ତମ ସ୍ଥାନ ଅଧିକାର କରିଛନ୍ତି। ଲୁଙ୍ଗା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଜେଜେ ବାପା ବୃନ୍ଦାବନ ମଲ୍ଲିକ ଙ୍କ ଏକ ମାତ୍ର ଗେହ୍ଲା ନାତି ଆଶୁତୋଷ ଯିଏକି ନିଜର ନିଷ୍ଠାପର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ପାଦ ଦେଶରେ ପହଞ୍ଚାଇ ଥିଲା। ଆହୁରି ମଧ୍ୟ ଭବିଷ୍ୟତରେ ୟୁ.ପି.ଏସ୍.ସି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ କରି ଏ ସଫଳତା ପଛରେ ଆଶୁତୋଷ ଙ୍କ ଠାରୁ ତାଙ୍କ ମଝିଆ ବାପା ପ୍ରଫୁଲ୍ଲ ମଲ୍ଲିକ ଙ୍କ ଆପ୍ରାଣ ଚେଷ୍ଟା ଦ୍ବାରା ସଫଳତା ହୋଇ ପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ଶେଷରେ ଆଶୁତୋଷ ଏ ସଫଳତା ପଛରେ ପିତାମାତା,ଜେଜେମା, ଗୁରୁଜନ , ଗୁରୁଜୀ, ଗୁରୁମା, ମଝିଆ ବାପା, ବଡ଼ ଭାଇ, ବଡ଼ ଭଉଣୀ ଅଧିକ ଶ୍ରେୟ ଦେଇଥିଲେ ବୋଲି ପ୍ରତିକ୍ରିୟା ରୁ ବେଶ୍ ବାରିହୋଇ ପଡ଼ୁଥିଲା।
