ସୋର ମାରାଥନ ଜର୍ସି ଉଦଘାଟନ।
ସୋର :(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)ସୋର ମାରାଥନ ୨୦୨୫ ଉପଲକ୍ଷେ ସୋର ଡାକ୍ତରଖାନା ଛକ ରେ ଥିବା ରାଧାନାଥ ରାୟଙ୍କ ପ୍ରତିମୃତି ରେ ପୁଷ୍ପମାଲ୍ୟ ପୂବକ ମାରାଥନ ଜର୍ସି ଉନ୍ମୋଚିତ ହୋଇଯାଇଛି। ଆସନ୍ତା କାଲି ରବିବାର ସକାଳ ୬.୩୦ ରେ ଅନୁଷ୍ଠିତ ହେବାକୁ ଥିବା ସୋର ମାରାଥନ ଅବ୍ୟବହିତ ପୂର୍ବରୁ ସେଥିପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର ଜର୍ସି ର ଶୁଭ ଉନ୍ମୋଚନ ସୋର ପୈରପାଳିକା ର କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ଵ ରଞ୍ଜନ ପ୍ରଧାନ, ସୋର SBI ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଗୋବିନ୍ଦ
ଚନ୍ଦ୍ର ନାୟକ, ସଦର SDPO ଶୁଭ୍ରାଂଶୁ ଶେଖର ନାୟକ,ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରି ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାରାଥନ କମିଟିର ସଭାପତି ସଞ୍ଜୟ କୁମାର ଦାସ ସମ୍ପାଦକ ସୈମ୍ୟଶାନ୍ତ ଅମୃତ ପଟ୍ଟନାୟକ , ଉପସଭାପତି ଅବଦୁଲ ଉଦିତ ଖାନ୍ , କୃଷ୍ଣ ଚନ୍ଦ୍ର ସାହୁ, ରଶ୍ମିତା ସାହୁ, କୋଷାଧ୍ୟକ୍ଷ ରମେଶ ପ୍ରଧାନ, ଭଗବାନ ଲେଙ୍କା, ପ୍ରଦିପ ବିଶ୍ଵାଳ, ସଂଗ୍ରାମ ଗୁଇଁ , ଆଦ୍ୟାଶା ଦାଶ, ଦାମୋଦର ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
