ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ପାଇବେ ‘ଗାଁ ମଜଲିସ୍ ସାହିତ୍ୟ ସମ୍ମାନ’
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଆଜିର ସମୟରେଗାଳ୍ପିକ ସଦାନନ୍ଦ ତ୍ରିପାଠୀ ପାଇବେ ‘ଗାଁ ମଜଲିସ୍ ସାହିତ୍ୟ ସମ୍ମାନ’ ସାହିତ୍ୟ ସାଧନା ଓ ସାହିତ୍ୟକୁ ଉଜ୍ଜୀବିତ କରି ରଖିବା ନିହାତି ଭାବରେ ଏକ ଆହ୍ୱାନ ହୋଇପାରେ,ମାତ୍ର ଏମିତି କିଛି ଅନୁଷ୍ଠାନଙ୍କ ପାଇଁ ଆଜି ଵି ସାହିତ୍ୟ ତାର ଚମକ ବଜାୟ ରଖିଛି। ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗାଁ ମଜଲିସ୍ ସାହିତ୍ୟ ସଂସଦ ଏବଂ ସାହିତ୍ୟ ପତ୍ରିକା ଶଂଖବେଳା ପାଇଁ ଚଳିତ ବର୍ଷର ସାହିତ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ପାଇବାକୁ ଥିବା ପ୍ରତିଭାଧାରୀ ମାନଙ୍କର ନାମ ଘୋଷଣା କରାଯାଇଛି। ବିଶିଷ୍ଟ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ପାଇବେ ଚଳିତ ବର୍ଷର ମର୍ଯାଦାଜନକ ‘ଗାଁ ମଜଲିସ୍ ସାହିତ୍ୟ ସମ୍ମାନ’। ସେହିପରି ଗାଳ୍ପିକ ଗଂଗାଧର ବିଶ୍ୱାଳ ପାଇବେ ‘ଶଂଖବେଳା ଗଳ୍ପ ସମ୍ମାନ’, ଏବଂ କବି ଖଗେଶ୍ୱର ମହତାବଙ୍କୁ ମିଳିବ ‘ଶଂଖବେଳା କବିତା ସମ୍ମାନ’। ସଂଗଠନ ଓ ସଂପାଦନା ସମ୍ମାନ ପାଇବେ ଗୋକର୍ଣ୍ଣିକା ସଂପାଦକ ରମାକାନ୍ତ ଜେନା। ନାଟ୍ୟକାର ଭାବଗ୍ରାହୀ ଦାସଙ୍କୁ ମିଳିବ ‘ମନମୋହନ ମହାପାତ୍ର ନାଟ୍ୟ ସମ୍ମାନ’, ‘ମଦନମୋହନ ଦଳେଇ ଉପନ୍ୟାସ ସମ୍ମାନ’ ପାଇବେ ଗାଳ୍ପିକ ଉଦୟ ନାରାୟଣ ଦାସ, କବି ତ୍ରିଲୋଚନା ଦାସ ପାଇବେ ‘ପ୍ରଦ୍ୟୁମ୍ନ ମହନୀ କବିତା ସମ୍ମାନ’, ‘ସ୍ୱର୍ଣ୍ଣଲତା-ବିଶ୍ୱନାଥ ଲେଖକା’ ସମ୍ମାନ ପାଇବେ ଯୁବ କବୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ‘ଜୟକୃଷ୍ଣ ବିଶ୍ୱାଳ ସାହିତ୍ୟ-ସେବା ସମ୍ମାନ’ ପାଇବେ ବିଦ୍ୟୁତଲତା ଦାସ, ‘ଭୁବନାନନ୍ଦ ଦଳେଇ ଶିକ୍ଷା-ସାହିତ୍ୟ ସମ୍ମାନ’ ପାଇବେ କବି ଦେବାଶିଷ ଚକ୍ରବର୍ତ୍ତୀ, ‘ଚିନ୍ତାମଣି ମଲ୍ଲିକ ସାହିତ୍ୟ-ଶିକ୍ଷକ ସମ୍ମାନ’ ପାଇବେ କୃପାସିନ୍ଧୁ ପାଣିଗ୍ରାହୀ, ‘ଗଣେଶ ମହାପାତ୍ର ସାହିତ୍ୟ ସମ୍ମାନ’ ପାଇବେ କବି ରଜୀତ୍ ଦାସ, ‘ଭାଗବତ-କମଳାକାନ୍ତ ଓଝା ନୃତ୍ୟକଳା ସମ୍ମାନ’ ପାଇବେ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଲେଙ୍କା, ରଜନୀ ବାରିକଙ୍କୁ ମିଳିବ ‘କୋକିଳ-ଶୁକମଣି ଆଦର୍ଶ ଜନନୀ ସମ୍ମାନ’, ‘ଲୋପାମୁଦ୍ରା ମେଧା ଗୌରବ ସମ୍ମାନ’ ପାଇବେ ଲିପ୍ସିତା ସାହୁ। ସଂସଦର ସଭାପତି ଡ. ରମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ଡିସେମ୍ବର ୨୧ରେ ହେବାକୁ ଥିବା ବାର୍ଷିିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ସଂସଦର ଯୁଗ୍ମ ସଂପାଦକ ଚନ୍ଦ୍ରମୋହନ ମହାପାତ୍ର ସୂଚନା ଦେଇଛନ୍ତି।
