*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ସମ୍ବିଧାନ ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି। କଲେଜ୍ ଅଧ୍ୟକ୍ଷା ଲିଜା ଆଚର୍ଯ୍ୟ ଅଧ୍ୟକ୍ଷତା କରି ନାଗରିକଙ୍କୁ ଅଧିକାର ପ୍ରଦାନ ସହ ଦେଶ ହିତ ପାଇଁ ତାଙ୍କ ନୈତିକ କର୍ତ୍ତବ୍ୟ ନେଇ ଆଇନ ଗତ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସମ୍ବିଧାନ ଗୋଟିଏ ରାଷ୍ଟ୍ରର ଆତ୍ମା ଅଟେ ବୋଲି ମତବ୍ୟକ୍ତ କରିଥିଲେ।ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ପଣ୍ଡା ଅତିଥି ସ୍ବାଗତ କରିଥିବା ବେଳେ ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଇ, ଅଧ୍ୟାପକ ଘନଶ୍ୟାମ ସାଗରିଆ ମଞ୍ଚାଷିନ ହୋଇଥିଲେ।
