*ନୂଆପଡ଼ା ନେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷ ରୁ ୭ ଦିନିଆ ସ୍ୱତନ୍ତ୍ର ଶିବିର ଉଦଯାପିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ନେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷ ରୁ ୭ ଦିନିଆ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି। ଜାତୀୟ ସେବା ଯୋଜନା ଅଧିନ ରେ ଚାଲିଥିବା ସ୍ଵତନ୍ତ୍ର ଶିବିର ର ସାତ ଦିନ ପୂର୍ଣ୍ଣ ହୋଇଛି।ଏହି ଶିବିର ୨୦ ନଭେମ୍ବର ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। ୫୦ ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇ ସାତ ଦିନ ଧରି ବିଭିନ୍ନ ସୂଚନା ଏବଂ ସଚେତନ, ସମାଜ ସଂସ୍କାର, ଅନ୍ଦ ବିଶ୍ୱାସ ଦୂର ନେଇ ସଚେତନ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଷ୍ୟ ଗ୍ରହଣ କରିଥିବା ଡୁମେରପାଣି ଗ୍ରାମରେ ସାତ ଦିନ ପର୍ଯ୍ୟନ୍ତ ଶୀବିରାର୍ଥି ମାନେ ଯୋଗ ଦେଇ ଜଣ ସାଧାରଣଙ୍କୁ ଅବଗତ କରେଇଥିଲେ। ଵନ ବିଭାଗ କର୍ମଚାରୀ, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା, ନିଶା ନିବାରଣ ପରି ଅନେକ ପର୍ଯ୍ୟାୟ ସଚେତନ କରିଥିଲେ। ଉଦଯାପନୀ ଉତ୍ସବ ରେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମାନପତ୍ର ପ୍ରଦାନ କଲେ। ଜାତୀୟ ସେବା ଯୋଜନା ଯୋଜନା ଅଧିକାରୀ ଶ୍ରୀ ଜଗନ୍ନାଥ ମେହେର ଧନ୍ୟବାଦ୍ ଜ୍ଞାପନ କଲେ।
