ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରିୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଯାଜପୁର ଶିରାମପୁର ଠାରେ ନିଶାମୁକ୍ତ ଅଭିଯାନ।ବିକଶିତ ଭାରତ ଓ ଏକ ସଶକ୍ତ ଭାରତର ସଙ୍କଳ୍ପ
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ତା- ୫/୮ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଯାଜପୁର ( ଶିରାମ ପୁର) ପକ୍ଷରୁ ନିଶାମୁକ୍ତ ଅଭିଯାନ ର କାର୍ଯକ୍ରମ ଆରମ୍ଭ ହେଇଥିଲା। ନିଶାମୁକ୍ତ ଅଭିଜାନ କୁ ସଫଳ କରିବା ପାଇଁ ଯାଜପୁର ( ଶିରାମପୁର) ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ର କାର୍ଯ୍ୟାଳୟ ପରିସର ମଧ୍ୟରେ ଭାବନା ଭଉଣୀ ଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ଉପାୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁର ଜିଲ୍ଲା ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଡ଼ଃ ନଗେନ୍ଦ୍ର ମହାପାତ୍ର,ଏଡିପିଏଚଓ_ରମେଶ ଚନ୍ଦ୍ର ମଲ୍ଲିକ,ଏପିଡେମୋଲୋଜିଷ୍ଟୀ_ଡାକ୍ତର ଜ୍ୟୋତି ରଞ୍ଜନ ରାଉତ, ଯାଜପୁର ମୁନିଷୀ ପାଲଟି ଚେୟାରମ୍ୟାନ _ରଞ୍ଜୁଲତା ହୋତା,Asst-(DO)-ସୁରମା ମହାପାତ୍ର ward -ନଂ- ୬ କାଉନସିଲର ମାନ ଗୋବିନ୍ଦ ଭାଇ ଯୋଗଦେଇ ଥିଲେ। ଆଗନ୍ତୁକ ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ପରେ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଧନା କରାଯାଇଥିଲା। ତତ୍ ପରେ ଆଗନ୍ତୁକ ଅତିଥି ମାନେ ନିଶା ନିବାରଣ ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସ୍କୁଲ୍,କଲେଜ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶା ନିବାରଣ ବିରୁଦ୍ଧରେ ଅଗଷ୍ଟ ତା_୬/୮/୨୦୨୬ ଠାରୁ ତା_୨୦/୮/୨୦୨୬ ପଯ୍ୟନ୍ତ ନିଶାମୁକ୍ତ ଅଭିଯାନ ଚାଲିବ ବୋଲି ଭାବନା ଭଉଣୀ ଙ୍କ ଠାରୁ ପ୍ରକାଶ।ଶେଷରେ ନିଶା ଦ୍ରବ୍ୟକୁ ବର୍ଜନ କରି ସୁସ୍ଥ ସମାଜ ଗଠନ କରିବା ଦିଗରେ ଆଜିର ନିଶାମୁକ୍ତ ଦିବସରେ ସମସ୍ତ ଭାଇ,ଭଉଣୀ ,ମାନେ ଶପଥ ପାଠ କରିଥିଲେ।ଭଉଣୀ_ଅର୍ଣ୍ଣପୂନା, ରଞ୍ଜିତ, ତିନି, ଶାନ୍ତିଲତା,ଡଲି, ମିତା, ଭାଇ__ ଶରତ,ଭବରଞ୍ଜନ ହୃଷିକେଶ,ରାଜ କିଶୋର,କାହ୍ମା,ବ୍ରଜକିଶୋର, ଶୁଭ ନାରାୟଣ,ଗୋଲଖ ଭାଇ, ମାନେ ଯୋଗଦାନ କରି ଦାୟିତ୍ୱ ତୁଲାଇ ଥିଲେ। ଶେଷରେ ଦୂର୍ଗା ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।
