ଅଭିଭାବକ ଓ ଶିକ୍ଷକ ବୈଠକ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଳାସ ପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ।
ଭଞ୍ଜନଗର : ୦୫/୦୮ (ପ୍ରଫୁଲ୍ଲ କୁମାର ମହାରଣା )ଜିଲୁଣ୍ଡିସ୍ଥିତ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଅଭିଭାବକ, ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଶ୍ରୀମତୀ ଜ୍ୟୋସ୍ନା ନାୟକ ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆର୍. ଗୀତାଞ୍ଜଳି ଆଚାରୀ। ବୈଠକରେ ନିଶା ମୁକ୍ତ ଭାରତ, ବିକଶିତ ଭାରତର ପରିଚୟ, ଘରେ ଘରେ ତ୍ରିରଙ୍ଗା, ଏକ ପେଡ଼ ମା’କେ ନାମ, ସୁରଭି, ସ୍ୱଚ୍ଛତା ପକ୍ଷ, ଡ଼ିଜିଟାଲ ଦୁନିଆରେ ଆମ ପିଲାଙ୍କ ସୁରକ୍ଷା : ଅଭିଭାବକଙ୍କର ଭୂମିକା ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା, ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରି ନାମଲେଖା ହାର ବୃଦ୍ଧି ଉପରେ ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତି ପାଇଁ ଅଭିଭାବକଙ୍କ ଠାରୁ ଗଠନ ମୂଳକ ପ୍ରସ୍ତାବ ଆହ୍ୱାନ କରାଯିବା ସହିତ ସମ୍ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଏହି ବୈଠକରେ ସମସ୍ତେ ମତବ୍ୟକ୍ତ କରିଥିଲେ। ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଦୀପ୍ତିରାଣୀ ନାୟକ, ଆଶା କର୍ମୀ ଶ୍ରୀମତୀ ସ୍ୱପ୍ନା ବିଷୋୟୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ବସନ୍ତ ଚୌଧୁରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣା ବେହେରା, ଶ୍ରୀମତୀ ଶୁଭସ୍ମିତା ଗୌଡ଼ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକ ପରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
