ଫୁସଫୁସ ଆକ୍ରାନ୍ତ ରୋଗୀଙ୍କ ପରିବାରକୁ ଦୋକାନ କରାଇଦେଲେ ଆଦର୍ଶ ଯୁବ ପରିଷଦ
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟି ଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ସ୍ୱାବଲମ୍ବୀ କରିବା ପାଇଁ ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଏକ ଗ୍ରୋସରୀ ଦୋକାନ କରାଇଥିବା ଜଣାପଡିଛି। ସୁଚନା ଅନୁସାରେ ସୋର ବ୍ଲକ ଗୋବିନ୍ଦପୁର ଗ୍ରାମର କରୁଣାକର ମଲିକ ଜଣେ ମୁର୍ତ୍ତି କାରିଗର । ବାହାର ରାଜ୍ୟରେ ମୁର୍ତ୍ତି କାମ କରି ସେ ପରିବାର ପ୍ରତିପୋଷଣ କରନ୍ତି। ତିନି ବର୍ଷ ତଳେ ହଠାତ ତାଙ୍କ ଦେହ ଖରାପ ହେବାରୁ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କର ଫୁସଫୁସ ରୋଗ ବାବଦରେ ଜାଣିବାକୁ ପାଇଥିଲେ। ପରେ ପରିବାରର ଏକମାତ୍ର ରୋଜଗାରକ୍ଷମ କରୁଣାକର ଶଯ୍ୟାଶାୟୀ ହେବାରୁ ପରିବାର ଲୋକେ ଅସହାୟ ପ୍ରକାଶ କରିଥିଲେ। ଏବାବଦରେ ଖବର ପ୍ରକାଶିତ ହେବା ପରେ ସୋରର ଅଗ୍ରିଣ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ତାଙ୍କ ସ୍ତ୍ରୀଙ୍କୁ ଏକ ଗ୍ରୋସୀରୀ ଦୋକାନ କରାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ତିଳଦା ଗ୍ରାମର ଚନ୍ଦ୍ରକାନ୍ତ ମଳିକ ଓ ତେଣ୍ଟେଇ ଗ୍ରାମର ନନ୍ଦକିଶୋର ବାରିକଙ୍କ ଘରେ ଅଗ୍ନକାଣ୍ଡ କାରଣରୁ ସବୁକିଛି ଭସ୍ମିଭୁତ ହୋଇଥିବାରୁ ସଂଙ୍ଗଠନ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଶିତବସ୍ତ୍ର ପ୍ରଦାନ କରାଯାଇଥିଲା। ସଂଙ୍ଗଠନର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
