ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଆଜି ଏଵେବସ୍ଥାରେ ଘଣ୍ଟିଆଳି ଆରୋଗ୍ୟ ମନ୍ଦିର |
ଯାଜପୁର /(ଭଞ୍ଜଦୂତ :ନିପ୍ର )ରିପୋର୍ଟର:-ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ବିଞ୍ଝାରପୁର C. H. C ଅଧୀନରେ ଯେଇଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଘଣ୍ଟିଆଳି ଠାରେ ସରକାର ଙ୍କ ଅନୁମୋଦିତ କ୍ରମେ ବିଗତ ୬ ମାସ ହେବ ଉଦଘାଟନ ହୋଇଥିବା ସତ୍ୱେ ଆଜି ପ୍ରଯ୍ୟନ୍ତ ଏହି ଆରୋଗ୍ୟ ମନ୍ଦିର ଟି ଠିକ ସେ ଚାଲିପାରୁନାହିଁ। ଗ୍ରାମ ବାସୀଙ୍କ କହିବା ଅନୁଯାଇ ଏହା ଖୋଲିବା ସମୟ ରେ ଜନସାଧାରଣ ବୋହୁତ ଖୁସି ଥିବା ବଳେ ଏବେ ଏହି ଅବସ୍ଥା ଦେଖି ଜନସାଧାରଣ ବୋହୁତ ଅସୁଵିଧି ର ସମ୍ମୁଖୀନ ହେଉଛନ୍ତି। ଆରୋଗ୍ୟ ମନ୍ଦିର ଟି ଦିନେ ଖୋଲା ହେଉଛି ତ ଆଉ ଦିନକୁ ବନ୍ଧ କିଛଦିନ ହେବ ବନ୍ଧରହି ଥିବାର ଜନ ସାଧାରଣ ଙ୍କ ଚର୍ଚ୍ଚା ର ବିଷୟ ହୋଇଛି | ଏବେ କିନ୍ତୁ ଏହା ଖୋଲିବା ସାତ ସପନ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ର ଏପରି ଅବ୍ୟବସ୍ଥା ସାଧାରଣ ରେ ଅସନ୍ତୋଷ ଭାବ ସୁର୍ଷ୍ଟି କରିଛି। ଏହାର ଦାଈ କିଏ | ସ୍ୱାସ୍ଥ୍ୟ ବିଭାଗ ର ଖାମଖିଆଲି ନିତୀ ଯୋଗୁ ଆଜି ନୂଆ ସରକାର ବଦନାମ | ସରକାର ସ୍ୱାସ୍ଥ୍ୟ ବ୍ୟବସ୍ତା ଉପରେ ପ୍ରଚୁର ଅର୍ଥ ରାସି ଖର୍ଚ୍ଚ କରୁଥିବା ବଳେ ଏହି ଆରୋଗ୍ୟ ମନ୍ଦିର ଟି ଅବହେଳିତ କାହା ନିଁର୍ଧେଶ ରେ। CHC ଅଧିକାରୀ ଓ CDMO ଏପରି ଅବହେଳା କାହିଁକି ସାଧାରଣ ରେ ପ୍ରଶ୍ନ ବାଚୀ।
