*କୋମନା ରେଞ୍ଜ ରେ ଏକ ଆହତ ହନୁମାଙ୍କଡ଼ କୁ ଉଦ୍ଧାର କରି ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଖଡିଆଳ ଠାରେ ଅସ୍ତ୍ରୋପଚାର, ୧୫ ଦିନ ଚିକିତ୍ସା ନେଇ ନିରୀକ୍ଷଣ ପରେ ଛଡା ଯିବା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ରେ ଏକ ଆହତ ହନୁମାଙ୍କଡ଼ କୁ ଉଦ୍ଧାର କରି ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଖଡିଆଳ ଠାରେ ଅସ୍ତ୍ରୋପଚାର, ୧୫ ଦିନ ଚିକିତ୍ସା ନେଇ ନିରୀକ୍ଷଣ ପରେ ଛଡା ଯିବା ନେଇ ଡ଼ାକ୍ତର ସଂଗ୍ରାମ ବେହେରା ପ୍ରକାଶ କରିଛନ୍ତି। ଆଜି ସକାଳୁ ବିଶେଷ ସୂତ୍ର ରୁ ଖବର ପାଇ କୋମନା ରେଞ୍ଜ ଅଞ୍ଚଳ ରେ ଏକ ହନୁ ମାଙ୍କଡ ଗୋଡ ଭାଙ୍ଗି ଯାଇଅଛି। ନିଜ ସୁରକ୍ଷା ପାଇଁ ସେହି ଅବସ୍ଥା ରେ ଗଛ ଉପରେ ଚଢ଼ି ଯାଇଥିଲା। ବନ୍ ବିଭାଗ ପକ୍ଷ ରୁ ତାକୁ ଉଦ୍ଧାର କରି ତୁରନ୍ତ ଖଡିଆଳ ପ୍ରାଣୀ ଚିକିତ୍ସାଳୟ କୁ ଆଣିଥିଲେ। ଖଡିଆଳ ପ୍ରାଣୀ ଚିକିତ୍ସାଲୟ ରେ ଡ଼ାକ୍ତର ସଂଗ୍ରାମ ବେହେରା ଏବଂ ତାଙ୍କ ସହଯୋଗୀ ଙ୍କ ସହାୟତା ରେ ଗୋଡ ର ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ୧୫ ଦିଆ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣ ରେ ରଖି ଚିକିତ୍ସା ପରେ ତାକୁ ଜଙ୍ଗଲ ରେ ଛାଡ଼ିବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି।
