*ବାଳକୃଷ୍ଣପୁର ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା*
*ବ୍ରହ୍ମପୁର -ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାଳକୃଷ୍ଣପୁର ଠାରେ 2025-26ଶିକ୍ଷାବର୍ଷର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଥିଲା. ଏହି ବିଜ୍ଞାନ ମେଳାରେ ଆମ୍ବଗଡ ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ଗ୍ରାମ ପଂଚାୟତ ସମିତି ସଭ୍ୟ କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଦକ୍ଷିଣପୁର କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶଶୀରେଖା ମଳିକ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସହକାରୀ ଶିକ୍ଷକ ଜି. ଟୁନା ଦୋରା ସାଜସଜା କରି ଥିଲେ ଏବଂ ବରିଷ୍ଟ ଶିକ୍ଷକ ରାମମୋହନ ପତି ସହଯୋଗ କରିଥିଲେ । ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ରମେଶ ଚନ୍ଦ୍ର ସେନାପତି ଓ ବିଜ୍ଞାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ନାହାକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ୬୦ଟି ବିଜ୍ଞାନ ପ୍ରକଳ୍ପ ମଧ୍ୟରୁ ଜୁନିଅର ଗ୍ରୁପର ତିନୋଟି ଓ ସିନିୟର ଗ୍ରୁପର ତିନୋଟି ପ୍ରକଳ୍ପ କୁ ବାଛିଥିଲେ । ଯେଉଁମାନେ କି ପରବର୍ତ୍ତୀ ସମୟରେ ବ୍ଲକ ଲେବେଲ ବିଜ୍ଞାନ ମେଳାରେ ଭାଗନେବେ । ଶେଷରେ ବିଦ୍ୟାଳୟର ଅନ୍ୟତମ ଶିକ୍ଷୟତ୍ରୀ କଲ୍ୟାଣୀ କୁମାରୀ ତ୍ରୀପାଠୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବିଜ୍ଞାନ ମେଳାକୁ ଆନୁସାଙ୍ଗିକ ଭାବେ ଉଜ୍ଜାପନ କରିଥିଲେ ।
