*ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ପ୍ରସ୍ତୁତି ବୈଠକ-*
ନୂଆପଡା (ମିଖାଏଲ ନନ୍ଦ)
ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆସନ୍ତା ଡିସେମ୍ବର ୧୩ ତାରିଖ ଶନିବାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ନୂଆପଡା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ତଥା ଦେୱାନୀ, ଫୌଜଦାରୀ, ମୋଟର ଦୂର୍ଘଟଣାଜନିତ କ୍ଷତିପୂରଣ, ବୈବାହିକ ବିବାଦ (ଛାଡ଼ପତ୍ର ବାଦଦେଇ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ ଯୋଗାଣ ବିଲ୍ ଦେୟ ଜନିତ ବିବାଦ, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ପ୍ରାକ୍-ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ବ ଓ ଅନ୍ଯାନ୍ଯ ଦେୱାନି, ଫୌଜଦାରୀ ମକଦ୍ଦମା ଗୁଡ଼ିକର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ମକଦ୍ଦମା ଓ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହେବନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ, ଅମଳ ଯୋଗ୍ୟ ହୋଇଥାଏ। ନୂଆପଡ଼ା ଜିଲ୍ଲା ଆଇନ ସେବା କାର୍ଯ୍ଯାଳୟର ହେଲ୍ପଲାଇନ୍ ନମ୍ବର ୦୬୬୭୮-୨୨୫୩୩୬, ଯୋଗ ଯୋଗ କରିବାକୁ ସଚିବ ବନିତା ଦାସ ସୂଚନା ଦେଇଛନ୍ତି।
