*ନୂଆପଡା ଜିଲ୍ଲା ସଦଭାବନା ସଭା ଗୃହ ରେ ବିଶ୍ବ ପାଇଖାନା ଦିବସ ପାଳିତ, ସ୍ୱଚ୍ଛ ଏବଂ ନିର୍ମଳ ପରିବେଶ ଆରୋଗ୍ୟର ମୂଳ ମନ୍ତ୍ର ଅଟେ ବୋଲି ଅତିଥିଙ୍କ ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ସଦଭାବନା ସଭା ଗୃହ ରେ ବିଶ୍ବ ପାଇଖାନା ଦିବସ ପାଳିତ, ସ୍ୱଚ୍ଛ ଏବଂ ନିର୍ମାଣ ପରିବେଶ ଆରୋଗ୍ୟର ମୂଳ ମନ୍ତ୍ର ଅଟେ ବୋଲି ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରକାଶ କରିଛନ୍ତି। ବିଶେଷ କରି ବାହ୍ୟ ମଳମୁକ୍ତ ଗ୍ରାମ, ବ୍ଲକ୍, ପଞ୍ଚାୟତ ଏବଂ ଜିଲ୍ଲା ଗଠନ ହୋଇଥିବା ବେଳେ ବହୁ ସଂଖ୍ୟକ ପରିବାର ବର୍ତ୍ତମାନ ପାଇଖାନା ବ୍ୟବହାର କରୁଥିବା ଜଣାପଡିଛି। ନିଜେ ସୁସ୍ଥ ରହିବା କୁ ହେଲେ ସ୍ୱଚ୍ଛତା ଅବଲମ୍ବନ କରିବକୁ ଆହ୍ବାନ କରିଛନ୍ତି। ଆଜି ଏହି ଦିବସ ରେ ନିଜେ ଏବଂ ନିଜ ପରିବାର ଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା ଦ୍ବାରା ଆଗାମୀ ଭବିଷ୍ୟତ ପାଇଁ ସୁନିଶ୍ଚିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅତିଥି ରୁପ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
