*ତାଳଚେର ଘଣ୍ଟପଡା ରେ ବିଜେପି ର ବିଜୟ ଉତ୍ସବ ପାଳନ *
ତାଳଚେର : ବିହାର ପ୍ରଦେଶ ଓ ଓଡିଶା ର ନୂଆପଡା ରେ ବିଜେପି ର ଅଦ୍ଭୁତପୂର୍ବ ବିଜୟ ପରେ ବିଜେପି କାର୍ଯ୍ୟକର୍ତା ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି |ସହର ଠାରୁ ଗାଁ ପର୍ଯ୍ୟନ୍ତ, ୱାର୍ଡ ବସ୍ତି ସବୁଠି ମିଠା ବାଣ୍ଟି, ବାଣ ଫୁଟାଇ ରାଲି କରି ବିଜୟ ଉତ୍ସବ ପାଳନ କରି ଥିବାର ଦେଖିବାକୁ ମିଳୁଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ରଣ କୌଶଳ ଯୋଗୁଁ ବିହାର ରେ 243 ରୁ 202 ସିଟ ରେ ଏଣ୍ଡିଏ ବିଜୟୀ ହୋଇଛି |ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି ଯେଉଁ ପ୍ରଦେଶ କୁ ନିର୍ବାଚନ ପ୍ରଭାରୀ କରି ଦାୟିତ୍ୱ ଦେଇଛି ସବୁ ଠି ବିଜେପି କୁ ଆଶା ଠାରୁ ଅଧିକ ସଫଳତା ମିଳିଛି |ଧର୍ମେନ୍ଦ୍ରପ୍ରଧାନଙ୍କୁଯେତେପ୍ରଶଂସାକଲେମଧ୍ୟକମହେବ|ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମରେ ପ୍ରାକ୍ତନ ମଣ୍ଡଳ ସଭାପତି ବରୁଣ କୁମାର ସାହୁ ଙ୍କ ନେତୃତ୍ୱ ରେ ଶହ ଶହ ସଂଖାରେ ଜନ ସାଧାରଣ ତଥା ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ସ୍ଲୋଗାନ ଦେଇ ବିଜୟ ଉତ୍ସବ ପାଳନ କରିଥିଲେ| ମିଠା ବାଣ୍ଟି, ବାଣ ଫୁଠାଇ, ଗ୍ରାମରେ ଶୋଭାଯାତ୍ରା କରି ବିଜୟ ଉତ୍ସବ ପାଳନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ସାର ଶକ୍ତି ମଣ୍ଡଳ ସଭାପତି ହରମୋହନ ମିଶ୍ର, ପ୍ରାକ୍ତନ ବ୍ଲକ ସଭାପତି ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ବିଜୟ କୁମାର ସାହୁ, ସୁନୀଲ ପଟ୍ଟନାୟକ, ଜଗଦୀଶ ମିଶ୍ର, ଜଗଦୀଶ ପ୍ରସାଦ ସିଂହ, ଅମିତ କୁମାର ବେହେରା, ଙ୍କ ସମେତ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଉପସ୍ଥିତ ଥିଲେ |
