*ବିହାର ପ୍ରଦେଶ ଓ ନୂଆପଡା ରେ ବିଜେପି ର ବାଜିମାତ ପରେ ବିଜେପି ପାଳିଲା ବିଜୟ ଉତ୍ସବ*
ତାଳଚେର : ବିହାର ପ୍ରଦେଶ ନିର୍ବାଚନ ରେ 243 ସିଟ ରୁ ବିଜେପି ତଥା ଏଣ୍ଡିଏ 202 ଟି ସିଟ ରେ ବିଜୟ ଲାଭ କରିଛି |ସେହିପରି ଓଡିଶା ର ନୂଆପଡା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାୟତଃ 84 ହଜାର ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି |ବିଜେପି ର ଅଦ୍ଭୁତପୁର୍ବ ବିଜୟ ନେଇ ସମଗ୍ର ଦେଶରେ ବିଜେପି କାର୍ଯ୍ୟକର୍ତା ଙ୍କ ମହଲ ରେ ଖୁସି ର ମାହୋଲ ଖେଳି ଯାଇଛି |ତାଳଚେର ରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି |ବିଜେପି ର ସଙ୍କଟ ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ସଫଳ ଗୋଟି ଚାଳନାରେ ବିହାର ରେ 202 ସିଟ ହାତେଇଛି ଏଣ୍ଡିଏ |ବିହାର ଦଖଲ ର ସମସ୍ତ ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିକଟକୁ ଯାଉଛି |ଏହା ପୂର୍ବରୁ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣା ରେ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଗୋଟି ଚାଳନାରେ ବିଜେପି କୁ ସଫଳ ମିଳିସାରିଛି |ତାଳଚେର ରେ ଖୁସି ର ମାହୋଲ ମଧ୍ୟରେ ବାଣ ଫୁଠାଇ, ମିଠା ବାଣ୍ଟି, ବିଜୟ ଉତ୍ସବ ପାଳିଛି ବିଜେପି |ତାଳଚେର ଟାଉନ ଫାଷ୍ଟଗେଟ ଠାରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ନେତୃତ୍ୱ ରେ ବିଜୟ ଦିବସ ପାଳିତ ହୋଇଛି |ସେହିପରି ଦେଉଳବେଡା ଠାରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଓ ପ୍ରାକ୍ତନ ମଣ୍ଡଳ ସଭାପତି ବରୁଣ ସାହୁ ଙ୍କ ନେତୃତ୍ୱ ରେ ବିଜୟ ଦିବସ ପାଳିତ ହୋଇଛି |ବ୍ରାହ୍ମଣୀ ମଣ୍ଡଳ ରେ ମଣ୍ଡଳ ସଭାପତି ଅଜୟ ସାହୁ ଓ ପ୍ରାକ୍ତନ ମଣ୍ଡଳ ସଭାପତି ନରେଶ ବେହେରା ଙ୍କ ନେତୃତ୍ୱ ରେ ବିଜୟ ଦିବସ ପାଳିତ ହୋଇଛି |ସାରଶକ୍ତି ମଣ୍ଡଳ ରେ ମଣ୍ଡଳ ସଭାପତି ଦୀପକ ଦାସ ଙ୍କ ନେତୃତ୍ୱ ରେ ବିଜୟ ଦିବସ ପାଳିତ ହୋଇଛି |ରେଳ ମଣ୍ଡଳ ଥର୍ମାଲ ଠାରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଓ ସରପଞ୍ଚ ସହଦେଵ ସାହୁ ଙ୍କ ନେତୃତ୍ୱ ରେ ବିଜୟ ଉତ୍ସବ ପାଳିତ ହୋଇଛି |ହିଙ୍ଗୁଳା ମଣ୍ଡଳ ରେ ମଣ୍ଡଳ ସଭାପତି ମାନସ ରଞ୍ଜନ ସାହୁ, ରାଜେନ୍ଦ୍ର ସିଂହ ଓ ରତ୍ନାକର ସାହୁ ଙ୍କ ନେତୃତ୍ୱ ରେ ବିଜୟ ଉତ୍ସବ ପାଳିତ ହୋଇଛି |ସମସ୍ତ କାର୍ଯ୍ୟକ୍ରମ ରେ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ |
