*ବନ୍ଦେ ମାତରମ 150 ବର୍ଷ, ଉତ୍ସବ ପାଳନ ,ସାଂସଦ କ୍ରୀଡା ମହୋତ୍ସବ, ଆତ୍ମନିର୍ଭର ଭାରତ ପାଇଁ ବିଜେପି ର ପ୍ରସ୍ତୁତି ବୈଠକ*
ତାଳଚେର : ତାଳଚେର ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସାଉଥ ବଲଣ୍ଡା ବିଏମଏସ କାର୍ଯ୍ୟାଳୟ ରେ ସୋମବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି |ବିଧାନସଭା ସଂଯୋଜକ ରତ୍ନାକର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ୬ ଟି ମଣ୍ଡଳ ରୁ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |ମୋଦି ସରକାର ଖେଳ କୁ ପ୍ରାଧ୍ୟାନ୍ୟ ଦେଇ ଙ୍ଖେଳ ଇଣ୍ଡିଆ ମାଧ୍ୟମରେ ସାଂସଦ କ୍ରୀଡା ମୋହତ୍ସବ ଅନୁଗୁଳ ଜିଲ୍ଲା ରେ ଅନୁଷ୍ଠିତ ହେଉଅଛି |ତାଳଚେର ବ୍ଲଜ ରେ ଆଗାମୀ ନଭେମ୍ବର 20/21 ଦୁଇଦିନ ଧରି ସାଂସଦ କ୍ରୀଡା ମୋହତ୍ସବ ସାଉଥ ବଲଣ୍ଡା ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ |ସମସ୍ତ ତାଳଚେର ବ୍ଲକ ରୁ ୩ ହଜାର ଛାତ୍ର ଛାତ୍ରୀ ଓ କ୍ରୀଡ଼ାବିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏହାକୁ ସରସ ସୁନ୍ଦର ଭାବେ ସମାପନ କରିବା ପାଇଁ ବୈଠକ ରେ ଆଲୋଚନା ହୋଇଥିଲା |
ବନ୍ଦେ ମାତରମ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ ବନ୍ଦେ ମାତରମ ପାଇଁ ଉତ୍ସବ ପାଳନ କରାଯାଇଛି |ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତା ବନ୍ଦେ ମାତରମ ସାମୁହିକ ଭାବେ ଗାନ କରିଥିଲେ |ବୈଠକ ରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ବନ୍ଦେ ମାତରଂ ଭାରତୀୟ ଜାତୀୟତା ଆନ୍ଦୋଳନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ଗୀତ। ଏହା କେବଳ ଆମର ରାଷ୍ଟ୍ରୀୟ ଗୀତ ନୁହେଁ—ଏହା ଭାରତୀୟଙ୍କ ମନରେ ଦେଶପ୍ରେମ, ତ୍ୟାଗ, ସାହସ ଓ ମାତୃଭୂମି ପ୍ରତି ଗଭୀର ଭକ୍ତିର ପ୍ରତୀକ ବୋଲି କହିଥିଲେ |
ବନ୍ଦେ ମାତରଂ 1875 ମସିହାରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ରଚନା କରିଥିଲେ |ବନ୍ଦେ ମାତରମ ର ଅର୍ଥ ଭାରତ ମାତା ମା ତୁମକୁ ନମନ କରୁଛି |
ବନ୍ଦେ ମାତରଂ ଏହା ଭାରତୀୟ ମାତୃଭୂମି ପ୍ରତି ଅପାର ଭକ୍ତିର ପ୍ରତୀକ। ଏହା ଆମକୁ ମାଟି ପାଇଁ ତ୍ୟାଗ, ସେବା ଓ କର୍ତ୍ତବ୍ୟର ପଥେ ଅଗ୍ରସର କରାଏ। ଏହି ସଙ୍ଗୀତ ଯେପରି ବର୍ଷପୂର୍ବେ ସ୍ୱାଧୀନତାର ଆହ୍ୱାନ ଦେଇଥିଲା, ସେପରି ଏବେ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଦେଶନିର୍ମାଣର ପ୍ରେରଣା ଦେଇ ଆସୁଛି ବୋଲି ଶ୍ରୀ ବାରିକ ପ୍ରକାଶ କରିଥିଲେ |ଆଗାମୀ ଦିନରେ ବନ୍ଦେ ମାତରମ ପାଇଁ ନଭେମ୍ବର 24 ରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସଂଯୋଜକ ରତ୍ନାକର ସାହୁ ପ୍ରକାଶ କରିଥିଲେ |ଆତ୍ମ ନିର୍ଭର ଭାରତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା |ଆଜି ର ଉକ୍ତ ବୈଠକ ରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ରାଜେନ୍ଦ୍ର କୁମାର ସିଂହ, ଲୋକନାଥ ସାହୁ, ବରୁଣ କୁମାର ସାହୁ, ପେସ୍କାର ଗଡ଼ନାୟକ, ହରମୋହନ ମିଶ୍ର, ସୁଶାନ୍ତ ପ୍ରଧାନ, ନିରଞ୍ଜନ ପ୍ରଧାନ, ମନୋଜ ପ୍ରଧାନ, ପ୍ରକାଶ ମହାରଣା, ସରପଞ୍ଚ ସହଦେଵ ସାହୁ ,ନରେଶ ଚନ୍ଦ୍ର ବେହେରା ଓ ଗୀତିଶ ପ୍ରଧାନ, ମଣ୍ଡଳ ସଭାପତି ମାନସ ରଞ୍ଜନ ସାହୁ, ଅଜୟ ସାହୁ, ରାଜେଶ ଦଳେଇ, ଦୀପକ ଦାସ ଓ ସନ୍ତୋଷ ମହାନ୍ତି, ମହିଳା ମୋର୍ଚ୍ଚା ର ଶୋଭାଗିନୀ ପ୍ରଧାନ, ଜସ୍ମିନ ପ୍ରଧାନ, ମିଲ୍ଲୀ ପ୍ରଧାନ ଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ରରୁ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ |
