ଚନ୍ଦ୍ର ଶେଖର ବେହେରା ଙ୍କ ରିପୋର୍ଟ
ବାରିପଦା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ରେ ରକ୍ତଦାନ ଶିବିର
ଶାମାଖୁଣ୍ଟା ବ୍ଲକ ଟିକରପଡ଼ାସ୍ଥିତ ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ପରିସରରେ ସମ୍ବାଦ ଆମ ଓଡ଼ିଶା ଓ ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ମିଳିତ ଉଦ୍ୟରେ ଏକ ସ୍ୱେଚ୍ଛକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଶାମାଖୁଣ୍ଟl ବ୍ଲକ ର ବିଡ଼ିଓ ମୁନ୍ନା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। କଲେଜ ର ଅଧକ୍ଷ ଗୌର ହରି ସାହୁ ଉପସ୍ଥିତ ହୋଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ , ଶାମା ଖୁଣ୍ଟ ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ମାନସ ବେହେରା ମୟୂରଭଞ୍ଜ ଜିଲ୍ଲା ବଜରଙ୍ଗ ସେନା ର ସଭା ପତି ଚନ୍ଦ୍ର ଶେଖର ବେହେରା ଙ୍କ ସହିତ ଦଳ ର କର୍ମକର୍ତ୍ତା ଓ ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ, କଲେଜ ର ଦୁଇ ବରିଷ୍ଠ ଶିକ୍ଷକ ଠାକୁର ହାଁସଦା ଓ ସସ୍ମିତ ସାହୁ ଙ୍କ ତତ୍ତ୍ଵାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା ଏଚଡିଫସି ବ୍ୟାଙ୍କ୍ ପକ୍ଷରୁ ଦେବାଶିଷ ମହାପାତ୍ର ସହଯୋଗ ର ହାତ ବଢ଼ାଇ ଥିଲେ , ବାରିପଦା ରକ୍ତ ଭଣ୍ଡାର ପକ୍ଷର ଡ ନିଲେଶ ଦାସ , ରିଚିକା ଖୁରାନା , ପ୍ରଫୁଲ୍ଲ ମାଝୀ, ସବିତରାଣି ସେଜପଡl ଶକୁନ୍ତଳା ମହନ୍ତ ଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରିଥିଲା । ୩୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆମ ବ୍ଲକ ଚନ୍ଦ୍ର ଶେଖର ବେହେରା ପୁର୍ଣ ସହଯୋଗ କରିଥିଲେ ।
