ଥାନାରେ ନ୍ୟାୟ ପାଇଁ ପୋଲିସ ଆସିଛି।
ଦଶରଥପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ଉତ୍ତମ କୁମାର ଦାସ
ଏପରି କିଛି ଘଟଣା ଆଜି ଯାଜପୁରରେ ଦେଖିବାକୁ ମିଳେଛି। ଯାଜପୁର ଥାନାର ଦ୍ୱାରସ୍ଥ ହେଲେ ଅବକାରୀ ବିଭାଗର ମହିଳା କନେଷ୍ଟବଲ | ମାନସିକ ନିର୍ଯାତନା ର ଅଭିଯୋଗ ଆଣି ଯାଜପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା କନେଷ୍ଟବଳ ସୁଚିତ୍ରା ନାୟକ | ଅବକାରୀ ବିଭାଗରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଙ୍କୁ ନିର୍ଯାତନା ଅଭିଯୋଗ | ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀ ଙ୍କ ସହ ଜଣେ ଆଉଟ ସୋସିଂ କର୍ମଚାରୀ ମିଶି ମାନସିକ ନିର୍ଯାତନା ଦେବା ସହ ଚରିତ୍ର ସଂହାର କରା ଯାଉଥିବା ଅଭିଯୋଗ ଆଣିଛନ୍ତି | ଏପରିକି ଗତ କାଲି ଅବକାରୀ ବିଭାଗର କିଛି କର୍ମଚାରୀ ମହିଳା କନେଷ୍ଟବଳ ଭଡା ଘର ବାସଭବନ କୁ ଯାଇ ତାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସେ ଏ ନେଇ ବରିଷ୍ଟ ଅଧିକାରୀ ଓ ସେ ଅବକାରୀ ଅଧିକ୍ଷକ ଙ୍କୁ ଜଣାଇଥିଲେ ମଧ୍ୟ୍ କିଛି ସନ୍ତୋଷ ଜନକ ଉତ୍ତର ମିଳି ନଥିବାରୁ ସେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି | ଏପରି ଖବର ସାଧାରଣ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଯୋଉଠି ପୋଲିସ ସୁରକ୍ଷିତ ନାହିଁ ସେଠି ସାଧାରଣ ଲୋକେ ଜେ କି ନ୍ୟାୟ ପାଇବେ।
