*ମୟୂରଭଞ୍ଜ ବଞ୍ଚାଅ ଅଭିଯାନ କମିଟି ଓ କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ ତରଫରୁ କରଞ୍ଜିଆକୁ ରେଳପଥ ସଂଯୋଗ ଦାବିରେ ଜେଲ୍ ଭର ଆନ୍ଦୋଳନ ଡ଼ାକରା ଦେଲା !*
ଆଜି ଅପରାହ୍ନ ୪ ଘଟିକା ସମୟରେ ମୟୂରଭଞ୍ଜ କରଞ୍ଜିଆର ମଧୁ ବାରିଷ୍ଟର୍ ମାର୍ଗ ନିକଟରେ *”କରଞ୍ଜିଆ କୁ ରେଳପଥ ସଂଯୋଗ କେବେ?”* ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି !
ତେବେ ଏହି ସଭାରେ ସଭାପତି ଭାବରେ ହରେକୃଷ୍ଣ ମହାନ୍ତ, ମୁଖ୍ୟ ବକ୍ତା ଭାବରେ ରବିନ୍ଦ୍ର ମହାନ୍ତ, ମୁଖ୍ୟ ଅତିଥି ଭାବରେ ଜିତେନ୍ଦ୍ର ସାହୁ, ନୋଟାରୀ ଗୈାରାଙ୍ଗ ବାରିକ, ସିଦ୍ଧାର୍ଥ ରାୟ, ଯୁବ ସମାଜସେବୀ ସୁଦର୍ଶନ ବେହେରା,ପୁଟୁ ପୁଥାଳ ଓ ଯୁବ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ଉପସ୍ଥିତ ଥିଲେ ।
ତେବେ ୨୦୧୨ ମସିହାରୁ କରଞ୍ଜିଆକୁ ରେଳପଥ ସଂଯୋଗ ଦାବିରେ “କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି ଓ ” ପାଞ୍ଚପିଢ ପ୍ରଗତି ମଞ୍ଚ” ଦ୍ଵାରା ଆନ୍ଦୋଳନ ହୋଇ
ଦାବି ପତ୍ର ଦିଆ ଯାଇ ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ଏ ବାବଦକୁ ଅଞ୍ଚଳ ବାସୀଙ୍କର ଏହି ନ୍ୟାଯ୍ୟ ଦାବିକୁ କୈାଣସି ସରକାର କୈାଣସି ପ୍ରକାରର ଗୁରୁତ୍ବ ଦେଉ ନାହାଁନ୍ତି ! ଯଦିଓ ୨୦୧୯ର ସାଧାରଣ ନିର୍ବାଚନ ପୂର୍ବରୁ ସେତେବେଳର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମଧ୍ୟ ଆମ ଅଞ୍ଚଳର ଏହି ରେଳପଥ ସଂଯୋଗ ଦାବିକୁ ଶୁଣି କରି କରଞ୍ଜିଆର ଏକ ନିର୍ବାଚନୀ ସଭାର ଖୋଲା ମଞ୍ଚରେ ପ୍ରତିଶୃତି ଦେଇଥିଲେ ଯେ କେନ୍ଦ୍ର ସମେତ ରାଜ୍ୟରେ ମଧ୍ୟ ତାଙ୍କର ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ଭୋଟ ଦେଇ ଜିତାଇଲେ ସେ କରଞ୍ଜିଆକୁ ନିଶ୍ଚିତ ଭାବରେ ରେଳପଥ ସଂଯୋଗ କରିବେ ବୋଲି କଥା ଦେଇଥିଲେ ! କିନ୍ତୁ ତାଙ୍କର ପ୍ରତିଶ୍ରୁତି ମଧ୍ୟ ଆଜି ଯାଏଁ କେବଳ ପାଣିର ଗାର ହୋଇ ରହି ଯାଇଛି ! ତେବେ ଆଗାମୀ ଦିନରେ “କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି” ଜୋରଦାର ଆନ୍ଦୋଳନ କରିବ ବୋଲି ସର୍ବ ସମ୍ମତ କ୍ରମେ ସମ୍ମତି ପ୍ରକାଶ ପାଇଥିଲା ।ତେବେ ଆଗାମୀ ଡ଼ିସେମ୍ବର ୬ ତାରିଖ ଦିନ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେବ ଓ ଏଥିରେ ସମସ୍ତ କରଞ୍ଜିଆ ବାସୀ ସହଯୋଗ କରିବେ ବୋଲି ଆହ୍ବାନ କରିଛନ୍ତି ! ଶେଷରେ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
