
ସୋର….ମାର୍ଚ୍ଚ ୩ ,ଆନ୍ତର୍ଜାତୀୟ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ସୋର ବ୍ଲକ ସୋର ପୌରପାଳିକା ର ସ୍ଥାନୀୟ ଟାଉନ୍ ହଲ୍ ରେ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପେକ୍ଷୀ ରେ ସୋର ବିଧାୟକ ମାଧବ ଧଡା, ପୌରପାଳିକା ର ଭାରପ୍ରାପ୍ତ ଚେୟାରମ୍ୟାନ ସସ୍ମିତା ଦାସ, କାଉନସିଲର ମଞ୍ଚାସୀନ ଥିଲେ। ବିଧାୟକ ଶ୍ରୀ ଧଡା ପ୍ରଦୀପ ପ୍ରଜ୍ଜ୍ବଳନ କରି ଏହି କାର୍ଯ୍ୟକ୍ରମ ଶୋଭାରମ୍ଭ କରିଥିଲେ। ସୋର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଭାଗ ର ସଫଳ ମହିଳା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଆଜି ସମ୍ମାନିତ କରାଯାଇଥିଲା। ନାରୀ ଜାତି ମହାନ୍ ନମନ୍ ଏବଂ ଚିରନମଷ୍ୟ ବୋଲି ମଞ୍ଚାସୀନ ଅତିଥି ମାନେ ସୂଚନା ଦେଇଥିଲେ। ଆଜି ଯେଉଁଭଳି ଦେଶ ଅବା ରାଜ୍ୟ ରେ ନାରୀ ନିର୍ଯ୍ୟାତନା ବଢିଛି ଏନେଇ ସରକାର ଶଶକ୍ତ ଆଇନ ଆଣିବା ସହ ଦରକାର ପଡିଲେ ନାରୀ ମାନେ ମା ଦୁର୍ଗା ଓ କାଳୀ ରୂପ ଧାରଣ କରିବା କୁ ମଧ୍ୟ ସେମାନେ ଆହ୍ୱାନ ଦେଇଥିଲେ।