ଘର କୁ ଘର ବୁଲି ପ୍ରଧାନମନ୍ତ୍ରୀ ଙ୍କ ଆବାସ ଘର ସଂପୂର୍ଣ୍ଣ କରିବା ପାଇଁ ହିତାଧିକାରୀ ଙ୍କୁ ପରାମର୍ଶ ଦେଉଚନ୍ତି ବିଡିଓ
ମୋରଡ଼ା- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଚିତ୍ରଡା ପଞ୍ଚାୟତର ହିତାଧିକାରୀଙ୍କୁ ଭେଟିବା ସହିତ ନିର୍ମାଣ ଚାଲୁଥିବା ଘର ଗୁଡିକର ତଦାରଖ କରିଛନ୍ତି ମୋରଡା ବିଡ଼ିଓ ଅଣାକର ନାଏକ। ଆଜି ବୁଧବାର ଅପରାହ୍ନ ୩ଟା ସମୟରେ ବିଡ଼ିଓ ନାଏକ ଚିତ୍ରଡା ପଞ୍ଚାୟତର ୩ ନମ୍ବର ୱାର୍ଡ ମାର୍କେଟ ସାହି ଏବଂ ୬ ନମ୍ବର ୱାର୍ଡ ତଳସାହିରେ ନିର୍ମାଣ ଚାଲିଥିବା ମୋଟ ୧୦ଟି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ତଦାରଖ କରିବା ସହିତ ଯଥାଶୀଘ୍ର ଘର ସମ୍ପୂର୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ଯେଉଁ ହିତାଧିକାରୀ ମାନେ ଦୁଇ ତିନି ବର୍ଷ ହେଲା ଘର ସମ୍ପୂର୍ଣ କରି ପାରିନାହାନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଘର ନିର୍ମାଣ ସମ୍ପୂର୍ଣ କରିବାକୁ ତାଗିଦ କରିଥିଲେ ନଚେତ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ଏହାପରେ ଉକ୍ତ ଗ୍ରାମର ଭିନ୍ନକ୍ଷମ ଲୋକଙ୍କୁ ବିଡ଼ିଓ ନାଏକ ଭେଟିବା ସହିତ ସେମାନେ ସରକାରୀ ସୁବିଧା ପାଇ ପାରିବେ ବୋଲି ପ୍ରତିଶୃତି ମଧ୍ୟ ଦେଲେ। ବିଡ଼ିଓ ନାଏକଙ୍କ ସହିତ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରା, ପିଇଓ ପ୍ରଶାନ୍ତ କୁମାର ସି ମଧ୍ୟ ଉପସ୍ଥିତ ଥିଲେ।
