ପ୍ରାତଃ ଭ୍ରମଣ ସମୟରେ ପାର୍କ ସଫେଇ କଲେ ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀ
ସୋର,,,, ସୋରର ବିଭିନ୍ନ ପାର୍କ ଏବେ ଅବ୍ୟବସ୍ଥା ସହ ଅସଜଡା ଅବସ୍ଥାରେ ପଡିଥିବା ବେଳେ ସୋର ତହସିଲଦାର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଉପସ୍ଥିତ ରହି ଏଗୁଡିକୁ ସଫେଇ କରୁଥିବା ଦେଖାଯାଇଛି । ଆଜି ସକାଳେ ପ୍ରାତଃ ଭ୍ରମଣ ସମୟରେ ୧୩ ନମ୍ବର ୱାର୍ଡ ଇଟୁଆ ଠାରେ ଥିବା ମିନି ପାର୍କକୁ ସଫେଇ କରାଯାଇଛି। ଏହି ପାର୍କଟିରେ ଅନେକ ଲୋକ ପ୍ରାତଃ ସମୟରେ ବ୍ୟାୟାମ କରିବା ସହିତ ଚଲାବୁଲା କରିଥାନ୍ତି। ମାତ୍ର ସଫେଇ ହୋଇନଥିବାରୁ ପରିବେଶ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଥିଲା। ଏନେଇ ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଆଜି ସକାଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ ଓ ସୋର ତହସିଲଦାର ଦୈତାରୀ ମଲ୍ଲିକ ସଫେଇ କର୍ମଚାରୀଙ୍କୁ ଡକାଇ ସଫା କରିଥିଲେ। ତହସିଲଦାର ଏବଂ ପୈରପାଳିକା ଅଧକାରୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
