*ରଙ୍ଗାମାଟିଆ ରେ ଆଞ୍ଚଳିକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ମ୍ୟାକମିଲlନପୁର କୁ ହରାଇ ହୃଦୁରାମପୁର ଚମ୍ପିୟାନ*
ଚମ୍ପୁଆ -କେନ୍ଦୁଝର ଜ଼ିଲ୍ଲା ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ମା ତାରିଣୀ କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ଆଞ୍ଚଳିକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମ ତଥା ଆଞ୍ଚଳରୁ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ l ଶୁକ୍ରବାର ଦିନ ଉଦଯାପନୀ ଫାଇନାଲ ଖେଳରେ ହାସଦା ଏଫ. ସି ମ୍ୟlକମିଲନପୁର ଓ ହୃଦରାମପୁର ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ସଂଘର୍ଷ ମୂଳକ ଖେଳ ହୋଇଥିଲା l ହୃଦରାମପୁର ୦୨-୦୧ ଗୋଲ ବ୍ୟବଧାନରେ ହାସଦା ଏଫ. ସି ମ୍ୟlକମିଲନପୁର କୁ ହରାଇ ଚମ୍ପିୟାନ ହୋଇଛି l ଖେଳ କୁ ରେଫରୀ ଯତୀନ ମହାନ୍ତ, ଶଙ୍କର୍ଷଣ ନାୟକ, ନୀତିଶ କୁମାର ମହାନ୍ତ ପରିଚାଳନା କରିଥିବାବେଳେ ଯୁବ ଭାଷ୍ୟକାର ଲୋହିତ ରଞ୍ଜନ ନାୟକ, ସୂର୍ଯ୍ୟା ମୁଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ l ଉଦଯାପନୀ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା,ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜିଲ୍ଲା ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସମାଜ ସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ସମ୍ମାନିତ ଅତିଥି ଭାବେ ୧୫ନଂ ଯ଼ୋନ ଜ଼ିଲ୍ଲାପରିଷଦ ସଦସ୍ୟା ଶ୍ରୀମତି ରାମଣୀ ନାୟକ, ଶିକ୍ଷାବିତ ନୀଳମଣି ନାୟକ, ଯୁବ ସଂଗଠକ ଦିବାକର ମହାନ୍ତ,ସରୋଜ ପ୍ରଧାନ, କାଙ୍ଗାଳି ମହାରଣା , ବଳରାମ ନାଏକ, ରଶ୍ମିତା ମହାନ୍ତ, ଯଦୁମଣି ନାୟକ, ଜର୍ମାନୀ ମହାନ୍ତ, ଦାଶରଥି ମହାକୁଡ଼ ପିତାମ୍ବର ନାୟକ, ଅଜିତ କୁମାର ନାୟକ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ଗ୍ରାମବାସୀ ମହିଳାମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ବଡ଼ ଆଡମ୍ବର ସହିତ ନୃତ୍ୟ ବାଦ୍ୟ, ନାଚଗୀତ, ବାଣ ଫୁଟୁକା, ଶଙ୍ଖ ହୁଳହୁଳି ବନ୍ଦାପନା କରି ଗାଁ ଛକରୁ ପାଛୋଟି ମଞ୍ଚ ନିକଟକୁ ଆଣିଥିଲେ l ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଗ୍ରାମାଞ୍ଚଳ ଖେଳାଳୀ ମାନଙ୍କ କ୍ରୀଡା ପ୍ରତିଭାର ବିକାଶ ରେ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ପ୍ରୋତ୍ସାହନ ଉପରେ ଆଲୋକପାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେବା ସହିତ ବିଜେପି ସରକାର ଖେଳ ପଡିଆର ଉର୍ନତିକରଣ ଉପରେ ଧ୍ୟାନ ଦେଇ କ୍ରୀଡା ପ୍ରତିଭାକୁ ଉପଯୁକ୍ତ ଯଥା ସମ୍ମାନ ଦେଉଥିବା ଉଲେଖ କରିଥିଲେ ଏବଂ ଆଗାମୀ ଦିନରେ ଉକ୍ତ ଖେଳ ପଡିଆଟି ର କିପରି ଉନ୍ନତି କରଣ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ l ଏହି ଅବସରରେ ଅତିଥିମାନେ ବିଜୟୀ ଚମ୍ପିୟାନ ଟିମ ସହିତ ରନର୍ସଅପ ହୋଇଥିବା ଅନ୍ୟ ତିନୋଟି ଟିମ ସମୁଦାୟ ୪ଟି ଯାକ ଟିମକୁ ପୁରସ୍କାରରେ ଟ୍ରପି ଓ ଗାଡରା(ମେଣ୍ଢା) ପ୍ରଦାନ କରିଥିଲେ l ଖେଳକୁ ଉପଭୋଗ କରିବା ପାଇଁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଫୁଟବଲ ପ୍ରେମୀ ଆବାଳ ବୃଦ୍ଧ ବନିତା ଖେଳ ପଡିଆ ନିକଟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମକୁ ମା ତାରିଣୀ କ୍ଲବ ର ସଭାପତି ଋଷିବର ନାୟକ, ସଦସ୍ୟ ସିପୁ ନାୟକ, ବିପିନ ଲହାର, ଯଶୋବନ୍ତ ନାୟକ, ରମିଜ ନାୟକ, ବିକାଶ ନାୟକ, ସିନୁ ଲହାର ପ୍ରମୁଖ ଦ୍ଵାରା ପରିଚାଳିତ ହୋଇଥିଲା l
