ଢେଙ୍କାନାଳ ବନ୍ଦ । ଟିପିସିଓଡିଏଲର ମନ ମୁଖି କାର୍ଯ୍ୟ
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଢେ଼ଙ୍କାନାଳ ବନ୍ଦ ନିଷ୍ପତି ।
ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟିପିସିଓଡିଏଲର ମନମୁଖ୍ୟ କାର୍ଯ୍ୟ,ଉପଭୋକ୍ତାଙ୍କ ଉପରେ ଜୁଲମ । ଆଦି ପ୍ରତିବାଦରେ ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓକିଲ କିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର,ସାଧାରଣ ସମ୍ପାଦକ ତାପସ କବିଶତପଥୀ,ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ,ଆପ୍ର ରାଜ୍ୟ ସମ୍ପାଦକ ଭରତ କୁମାର ଦାସ,ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର କୁମାର ଦାସ,ଜିଲ୍ଲା କଂଗ୍ରେସ ସଭାପତି ଛବିରାଜ ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଦଳମତ ନିର୍ବିଶେଷରେ ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ଓ ଅତ୍ୟାଚାରକୁ ତୀବ୍ର ସମାଲୋଚନା କରାଯାଇଥିଲା ଟିପିସିଓଡିଏଲ୍ର ମନମୁଖ୍ କାର୍ଯ୍ୟକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ନିଷ୍ପଭି ଗ୍ରହଣ କରାଯାଇଛି। ଟିପିସିଓଡିଏଲ ବିରୋଧୀ ଆନ୍ଦୋଳନକୁ ଫଳପ୍ରଦ କରିବା ପାଇଁ ଅନେକଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କ୍ରିୟାନୁଷ୍ଠାନ କମିଟିରେ ୧୦୦ରୁ ୧୦ ଊର୍ଦ୍ଧ୍ବ ସକ୍ରିୟ ସଭ୍ୟ ରହିଥିବା ଓକିଲ ସଂଘ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ନିଷ୍ପଭି ଅନୁଯାୟୀ ଆସନ୍ତ ନଭେମ୍ବର ୧୭ ତାରିଖ ସୋମବାର ସକାଳ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯିବ। କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଜିଲ୍ଲାରେ ଟିପିସିଓଡିଏଲ ପକ୍ଷରୁ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ ସହ ସଂଯୋଗ ହୋଇଥିବା ସ୍ମାର୍ଟ ମିଟର ପ୍ରତ୍ୟାହାର,ମନଇଚ୍ଛା ଜରିମାନା ବନ୍ଦ,ଭିତ୍ତିଭୂମି ସଦୃଢ଼ କରିବା ଆଦି ଦାବି ରହିଛି। ଏହି ବନ୍ଦକୁ ଜିଲ୍ଲାବ ଜିଲ୍ଲାବାସୀ ଆକୁଣ୍ଠ ସମର୍ଥନ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ସକାଳ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକ,ଅଖ ସବୁବନ୍ଦ। ଅତ୍ୟାବଶ୍ୟକ ସେବା ଜାରି ରହିବ । ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି”ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। (ଏହି କମିଟିରେ ଢେଙ୍କାନାଳ ଓକିଲ ସଂଘ,ସାମ୍ବାଦିକ ସଂଘ,ବାଣିଜ୍ୟ ସଂଘ,ଅନ୍ୟାନ୍ୟ ସଙ୍ଗଠନ,ବିଭିନ୍ନ ରାଜନୈତିକ ଦଳ ସାମିଲ ଅଛନ୍ତି )
