ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ବୈଠକ | ବିଞ୍ଝାରପୁର ନିର୍ଵାଚନ ମଣ୍ଡଳୀ ବିଜେପି କାର୍ଯ୍ୟାଳୟ ବିଞ୍ଝାରପୁର
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର :-ସରୋଜ କୁମାର ଧଳ।
ବିଞ୍ଝାରପୁର ବ୍ଲକ ବିଜେପି କାର୍ଯ୍ୟଳୟ ପରିସରରେ ଯଶୋଶି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସ୍ୱଦେଶୀ ସଂକଳ୍ପ ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରତ୍ୟକ ପରିବାରକୁ ସାମିଲି କରି ବିଦେଶୀ ବସ୍ତୁର ବ୍ୟବହାରକୁ ବର୍ଯ୍ୟକରୀ ସ୍ୱଦେଶୀ ବସ୍ତୁକୁ ଦୈନଦିକ ଜୀବନରେ ବ୍ୟବହାର କରିବା ସହିତ ସାରା ବିଶ୍ୱକୁ ପ୍ରଥମ ଦେଖାଇ ଦେବ ଭାରତ | ନିଜର ଶକ୍ତି ଓ ସାମର୍ଥ୍ୟ, ଏହାପାଇଁ ପଞ୍ଚାୟତ ରୁ ବୁଥ ସ୍ତରୀୟ କାର୍ଯ୍ୟକର୍ତା ମାନେ ପ୍ରତ୍ୟକ ପରିବାର ନିକଟରେ ସଂକଳ୍ପ ପତ୍ର ପହଂଚାଇ ସ୍ୱୀକୃତି ଆଣିବା ପାଇଁ ଜିଲ୍ଲା ଉପ ସଭାପତି ଶିବ ପ୍ରସାଦ ଧଳ ଓ ସଂଯୋଜକ ଶ୍ରୀ ଯୁକ୍ତ ନିରଞ୍ଜନ ବେହୁରିଆ ସମେତ, ମଣ୍ଡଳ ସଭାପତି,ମନୋରଞ୍ଜନ ସାହୁ, ଉତ୍ତମ କୁମାର ଦାସ, ସଞ୍ଜୟ ପତି, ଶ୍ରୀଧର ଜେନା ଉପସ୍ଥିତ ରହିବା ସହିତ କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ପଣ୍ଡା, ଯୌତି ପ୍ରକାଶ ନାୟକ, ସୁଧାଂଶୁ ଶେଖର ସାମଲ, ମଦନ ମୋହନ ଦାସ, ସରୋଜ କୁମାର ଧଳ,ସଞ୍ଜୟ ସାହୁ, ଅରୁଣ ମହାନ୍ତି, ଭରତ ମଲ୍ଲିକ, ବିଜୟ ନାୟକ ଧିରେନ୍ଦ୍ର ସାମଲ, ଆକାଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସ୍ୱଦେଶୀ ବସ୍ତୁ ବ୍ୟବହାର କରିବା ସହ ଦେଶର ବିକାଶରେ ନିଜର ସହଭାଗି ହେବାକୁ ଶପଥ ପାଠ କରିଥିଲେ |
