*ଉପେନ୍ଦ୍ରନାଥ ପ୍ରଧାନ ସ୍କୃତି ପରିଷଦ ଆନୁକୂଲ୍ୟରେ ଆନ୍ତଃବିଦ୍ୟାଳୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ*
ସୋର:(ନିପ୍ର:: ଭଞ୍ଜଦୂତ:: ଜ୍ୟୋତିପ୍ରକାଶ)ଆଜିର ସମାଜରେ ଆଧୁନିକ ନୃତ୍ୟ ତାର କାୟା ବିସ୍ତାର କରି ଚାଲିଥିବାବେଳେ ପାରମ୍ପରିକ ଲୋକନୃତ୍ୟ ଯେ କୌଣସି ଗୁଣରେ କମ ନୁହେଁ ତାହା କରି ଦେଖାଇଛନ୍ତି ସୋର ଅଞ୍ଚଳର ବିଭିନ୍ନ ସ୍କୁଲର ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ। ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ, ସୋର ଆନୁକୂଲ୍ୟରେ ଆୟୋଜିତ ‘ଲୋକ ନୃତ୍ୟ ପ୍ରତିଯୋଗିତା ‘ରେ ସୋର ଅଂଚଳର ୨୨ଟି ସ୍କୁଲ ଭାଗ ନେଇଥିଲେ। ପରିଷଦର ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ସଭାରେ ପୁରୁବାଈ ସେବାଶ୍ରମର ସମ୍ପାଦିକା ଶ୍ରୀମତୀ ସୁମତି ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସ୍ବର୍ଗତ ଉପେନ୍ଦ୍ର ନାଥ ପ୍ରଧାନଙ୍କ ନାତି ଶିକ୍ଷାବିତ୍ ବସନ୍ତ କୁମାର ପ୍ରଧାନ ଓ ହେମପ୍ରଭା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ମଲ୍ଲିକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଲୋକନୃତ୍ୟର ମହନୀୟତା ବିଷୟରେ ଉଦବୋଧନ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ବିଦ୍ୟାଳୟ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ୮ଟି ଦଳ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଏହି ପ୍ରତିଯୋଗିତାରେ ହେମପ୍ରଭା ଉଚ୍ଚ ବିଦ୍ୟାଳୟ ଚମ୍ପିୟାନ ହୋଇଥିବା ବେଳେ ସତ୍ୟାନନ୍ଦ ହାଇସ୍କୁଲ ରନର୍ସ ଅପ୍ ହୋଇଥିଲେ। ବିଭିନ୍ନ ବିଭାଗରେ କେମ୍ବ୍ରିଜ ସ୍କୁଲ,ସବିରା ହାଇସ୍କୁଲ,ଫିନିକ୍ସ ସ୍କୁଲ ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ,ଉଲାସଖଡ଼ଗପୁର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିଲେ।
ପ୍ରତିଯୋଗିତାର ଶେଷରେ ଆୟୋଜିତ ଉଦଯାପନୀ ସଭାରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ଡ଼. ରୁନ୍ଦ୍ରାଣୀ ମହାନ୍ତି ଯୋଗ ଦେଇ ସମସ୍ତ କୃତୀଦଳକୁ
ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ପରିଷଦର ସମ୍ପାଦକ ମାନସ କୁମାର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ସଭ୍ୟ ସର୍ବଶ୍ରୀଯୁକ୍ତ ଅଭୟ କୁମାର ମଲ୍ଲିକ,ପ୍ରଦୀପ ଦାସ, ମନୀନ୍ଦ୍ର ଦୀକ୍ଷିତ, ଭାଗିରଥି ବିଶ୍ୱାଳ, ଶୁକଦେବ ନାୟକ, ଖଗନ ମହାନ୍ତି, ଅମରେନ୍ଦ୍ର ନନ୍ଦ, ଉମାକାନ୍ତ ବେହେରା, ଶୈଳବାଳା ପଣ୍ଡା, ଅଞ୍ଜଳି ମହାପାତ୍ର, ଆରତି ଦାସ, ଗୋଲକ ପାତ୍ର, ଶେଖ ଇମତିଆଜ, ମନୀଷ ଗୁପ୍ତା, ରମେଶ ଲେଙ୍କା, ପ୍ରଦୀପ ବିଶ୍ୱାଳ,ରାମଚନ୍ଦ୍ର ପୃଷ୍ଟି ପ୍ରମୁଖଙ୍କ ବଳିଷ୍ଠ ସହଯୋଗରେକାର୍ଯ୍ୟକ୍ରମ ଟି ବେଶ ମନୋଜ୍ଞ ଓ ଚିତ୍ତାକର୍ଷକ ହୋଇ ପାରିଥିଲା।
