*ନୂଆପଡା ଉପ ନିର୍ବାଚନ ଚାଲୁଥିବା ବେଳେ ମତଦାନ କେନ୍ଦ୍ର ରେ ଲମ୍ବା ଲାଇନ୍*
ନୂଆପଡା (ମିଖାଏଲ ନନ୍ଦ)
୭୧ ନମ୍ୱର୍ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ଅନୁଷ୍ଠିତ ହେଉଅଛି। ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲୁଅଛି। ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ନୂଆପଡା ବିଧାନସଭା ରେ ୩୫୮ ମତଦାନ କେନ୍ଦ୍ର ରେ ମତଦାନ ଅନୁଷ୍ଠିତ ହେଉଅଛି। ୪୭ ଗୋଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରେ ସକାଳ ୭ ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ୟ ସବୁ କେନ୍ଦ୍ର ରେ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ଉପ ନିର୍ବାଚନ ରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ମତଦାନ କରିବେ। ସମସ୍ତ ମତଦାନ କେନ୍ଦ୍ର ରେ ଶାନ୍ତି ଶୃଙ୍ଖଳା ରୂପେ ମତଦାନ ହେଉଅଛି
