ବସ୍ତାରେ ଡ୍ରାଗ୍ସ ବିଭାଗର ଚଢ଼ାଉ।
ବସ୍ତା:- (ନି ପ୍ର ) ଫଟୋ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ଓ ବସ୍ତା ବଜାରରେ ଥିବା ବିଭିନ୍ନ ଔଷଧ ଦୋକାନ, ଚା ଓ ପାନ ଦୋକାନ ଉପରେ ବାଲେଶ୍ୱର ଡ୍ରଗ୍ସ ବିଭାଗ, ବସ୍ତା ଥାନା ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ଗୁଟକା, ସିଗାରେଟ, ପାନ ମସଲା ରଖିଥିବାରୁ ୨୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ ଏବଂ ଔଷଧ ଦୋକାନ ଗୁଡିକରୁ ବହୁ କପ ସିରାପ ଜବତ କରି ଲାବୋରେ୍ଟୋରୀ କୁ ପଠାଇଲା ଡ୍ରଗ୍ସ ବିଭାଗ। ସୂଚନା ଅନୁସାରେ ସୋମବାର ଦିନ ଦଶଟା ସମୟରେ ବାଲେଶ୍ୱର ଡ୍ରଗ୍ସ ଇନିସ୍ତପେକ୍ଟର ମୁକ୍ତିନନ୍ଦା ଶତପଥି, ଅବକାରୀ ଏସ ଆଇ ପ୍ରଜ୍ଞା ପ୍ରିୟା ନାୟକ, ପୋଲିସ ଏ ଏସ ଆଇ ଉତ୍ତମ ସିଂଙ୍କ ନେତୃତ୍ୱ ରେ ଗାନ୍ଧିଛକ ଓ ବସ୍ତା ବଜାର ରେ ମିଳିତ ଚଢ଼ାଉ କରାଯାଇ ପାନ ଦୋକାନ ଓ ଚା ଦୋକାନୀଙ୍କ ଠାରୁ ୨୦୦ ଟଙ୍କା ଲେଖାଏଁ ଫାଇନ ସଂଗୃହିତ କରାଯାଇଛି। ତତ ସହିତ ଡ୍ରଗ୍ସ ବିଭାଗ ଔଷଧ ଦୋକାନ ଗୁଡିକ ଉପରେ ଚଢ଼ାଉ କରି ବହୁ କପ ସିରାପ ଯାଞ୍ଚ ପାଇଁ ନେଇଯାଇ ଥିବା ଜଣାପଡିଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
