
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ମହାଡମ୍ବରରେ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକର ଗୋଷ୍ଠୀଶିକ୍ଷାଧିକାରୀ କାର୍ଯ୍ୟାଳୟର ଏବିଇଓ ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। କୁନିକୁନି ଶିଶୁ ମାନେ ଆଣିଥିବା ସଂସ୍କୃତି ଉପରେ ପ୍ରକଳ୍ପ ଅତି ଉଚ୍ଚକୋଟୀର ଥିଲା ଏବଂ ଶିଶୁ ମାନଙ୍କର ଏହି ଅଭିନଵ ପ୍ରୟାସ ସେମାନଂକୁ ତାଙ୍କ ଜୀବନରେ ସଫଳତାର ଚରମ ସୀମାରେ ପହଞ୍ଚାଇପାରିବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ। ସମ୍ମାନୀତ ଅତିଥିଭାବେ ସମାଜସେବୀ ପି ରାମେଶ୍ୱର ପାତ୍ର, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସନ୍ତୋଷ ମହାନ୍ତି, ୱାର୍ଡମେମ୍ବର ଉଦୟ ପ୍ରଧାନ ଓ କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କୁ ଭଲ ପାଠ ପଢି ଦେଶଜାତି ତଥା ବିଦ୍ୟାଳୟ ରେ ନାମକୁ ଟେକରଖିବାକୁ ପରାମର୍ଶ ଦେଇଥିଲେ। ଆମ ସଂସ୍କୃତି ଆଧାରିତ ପ୍ରକଳ୍ପ ଗୁଡିକୁ ଅତିଥିମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପଞ୍ଚମ ଶ୍ରେଣୀ ଛାତ୍ରୀ ଲଷ୍ମୀ ରାଣୀ ମଣ୍ଡଳ ପ୍ରଥମ, ଚତୁର୍ଥ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ବେହେରା ଦ୍ୱିତୀୟ ଏବଂ ପଞ୍ଚମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ ତୃତୀୟ ସ୍ଥାନ ରେ ବିଜୟୀ ହୋଇଥିଲେ। ଶେଷରେ ଶିଶୁମାନଙ୍କ ଦ୍ୱାରା ମନରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସଦାଶିବ ପାଢ଼ୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାଧନରେ କାର୍ଯ୍ୟକ୍ରମ ସଂଚାଳନ ହୋଇଥିବା ବେଳେ ଶିକ୍ଷକ ସତ୍ୟ ମଳିକ, ଶିକ୍ଷୟିତ୍ରୀ କୁସୁମ ମଳିକ, ସୁନିତା ପ୍ରଧାନ, ମଞ୍ଜୁଳା ନାୟକ ଏବଂ ସ୍ଵାଗତିକା ଦେବି ପରିଚାଳନାରେ ସହଯୋଗ କରିଥିଲେ।