ବେତନଟୀ ରୋଟାରୀ କ୍ଳବର ଯୋଗ ଶିକ୍ଷାଶିବିର ଓ ସଫେଇ କାର୍ଯ୍ୟ
ବେତନଟୀ ତା ୮। ୧୧ ନଭେମ୍ବର ୮ ତାରିଖ ଦିନ ସକାଳ ୬ଘ ୩୦ ରେ ବେତନଟୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଯୋଗଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବେତନଟୀର ରେଟାରୀ କ୍ଳବ୍ ଆନୁକୁଲ୍ୟରେ ସଭାପତି ରୋଟାରିଆନ ଗିରିଧାରୀ ସାହୁ ଓ ସଂପାଦକ ରୋଟାରିଆନ ରବୀନ୍ଦ୍ର ନାଥ ମିଶ୍ର ତଥା ପୂର୍ବତନ ସଭାପତି ରଟାରିଆନ ଭଗିରଥ ପଣ୍ଡିତ ଏବଂ ଶ୍ୟାମ ପ୍ରସାଦ ମଢୁଆଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗଶିକ୍ଷା ଶିବିର ପରିଚାଳିତ ହୋଇଥିଲା । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜ୍ଜୁନ ସିଂହଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଓତା, ସିଭିଲ ସୋସାଇଟି ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ, ଯୋଗ କରିବାସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଯୋଗ ଶିକ୍ଷକ ଭାବେ ଯୁବ ସଂଗଠକ ପ୍ରତୀକ କୁମାର ପରିଡା ବିଭିନ୍ନ ଯୋଗ ପ୍ରଣାଳୀ ଓ ଏହାର ଉପକାରୀତାର ସମ୍ବନ୍ଧରେ ବହୁମୁଲ୍ୟ ପରାମର୍ଶ ସହ ଯୋଗ ଶିକ୍ଷାଦାନ କରିଥିଲେ ।
ଏହାପରେ ବେତନଟୀ ରୋଟାରୀ କ୍ଳବ୍ ର ଉପରୋକ୍ତ କର୍ମକର୍ତ୍ତାଗଣଙ୍କ ସହ ବରିଷ୍ଠ ସାମ୍ବାଦିକ ଓ ସିଭିଲ ସୋସାଇଟିର ସଂପାଦକ,
ପୂର୍ବତନ କୋଚିଳାଖୁଣ୍ଟା ସରପଞ୍ଚ ନରେନ୍ଦ୍ର ସିଂ ଓ ସରପଞ୍ଚ ତଅପେ|ଇ ସିଂଙ୍କ ସହ ସ୍ଥାନୀୟ ଜୁଣପଦା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ସଫେଇ କରିଥିଲେ
ପ୍ରମୁଖ ଦାୟିତ୍ବ ନେଇ ସଂପାଦକ ରବୀନ୍ଦ୍ରନାଥ ମିଶ୍ର ଗୋଟିଏ ଦିନରେ ଦୁଇଗୋଟି ମହତ୍ କାର୍ଯ କରାଇଥିବାରୁ ରୋଟାରୀ କ୍ଲବର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀଗଣ ପ୍ରଶଂସା କରିଛନ୍ତି ।
