ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ସଭା :
ବାଲେଶ୍ୱର ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ତରଫରୁ ଆଜି ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ ସାମ୍ବାଦିକ ୰ ସତ୍ୟପ୍ରିୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ଵରର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ସାମ୍ବାଦିକଗଣ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିବା ବେଳେ, ସାମ୍ବାଦିକ ସମ୍ବିତ କୁମାର ବେହେରା, ରିଜୱାନ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ଆବାହକ ତଥା ସଂପାଦକ ଗଗନ ସେଠି, ସଦସ୍ୟ ବାସୁଦେବ ରାଉଳ, ସୁଶାନ୍ତ ଦାସ, ସୁଦୀପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
