ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ବୌଦ୍ଧ:-ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସାର୍ଥକ ରାୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଉପେନ୍ଦ୍ର କୁମାର ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଅଶୋଭ ରଞ୍ଜନ ମାଲି ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲାବେଳେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା,ରାଜେନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁମନଙ୍କ ଅନ୍ତର୍ନିହିତ ବିଭିନ୍ନ ପ୍ରତିଭାର ବିକାଶ କରିବା ଏକ ପ୍ରକୃଷ୍ଟ ମାଧ୍ୟମ ହେଉଛି ସୁରଭି ବୋଲି ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଜାତୀୟ ଗୀତ ବନ୍ଦେମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମୁହିକ ଗାନ କରାଯାଇଥିଲା l ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମାଲି ଧନ୍ୟବାଦ ଦେଇଥିଲେ l ବକ୍ତୃତା, ବିତର୍କ, ସଂଗୀତ, ଚିତ୍ରାଙ୍କନ, ଚିତ୍ରକଳା, ହସ୍ତକଳା,ସୃଜନଶୀଳ ଲିଖନ, ଶୃତଲିଖନ, ପ୍ରବନ୍ଧ ଲିଖନ ଓ ଦଳଗତ ନୃତ୍ୟ ଆଦି ୩୧ଟି ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ପିଲାମାନଙ୍କ ସାମଗ୍ରିକ ବିକାଶରେ ସୁରଭିର ଭୂମିକା ଅତୁଳନୀୟ, ସୁରଭି କାର୍ଯ୍ୟକ୍ରମରେ ପିଲାମାନେ ଭାଗ ନେଇ ଅତ୍ୟନ୍ତ ଖୁସି ହେଉଥିବାର ଅନୁମେୟ ହେଉଅଛି ଏବଂ ଯେଉଁପିଲା ପାଖରେ ଯାହା ଦକ୍ଷତା ରହିଛି ତାକୁ ଆମେ ଆଗକୁ ନେବାକୁ ହେବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନୀତ ଅତିଥି କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ସିଂହ, ଜିଲ୍ଲା ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଓ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା l ଦଳଗତ ନୃତ୍ୟରେ ବୁଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, କରଂଜକଟା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ଓ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି ଅବସରରେ ପଞ୍ଚସଖା ଶିକ୍ଷାସେତୁ ଖାଁନ ଏକାଡେମୀ କାର୍ଯ୍ୟକ୍ରମର ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଗାୟତ୍ରୀ ପଟ୍ଟନାୟକଙ୍କୁ ମଞ୍ଚ ଉପରେ ସମ୍ମାନୀତି କରାଯାଇଥିଲା l ପ୍ରକାଶ ଥାଉକି ଆସନ୍ତା ୧୨ରୁ ୧୪ ତାରିଖରେ ହେବାକୁଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫,କେପିଟାଲ ହାଇସ୍କୁଲ ୟୁନିଟ-୩ ଭୁବନେଶ୍ୱର ଠାରେ ଜିଲ୍ଲା ତରଫରୁ ଉକ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବା ବ୍ୟବସ୍ଥା ରହିଛି l ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଧନ୍ୟବାଦ ଦେଇଥିଲେ lବୌଦ୍ଧ ରୁ କୃଷ୍ଣ ସିଂହ ଜ଼ିଲ୍ଲା ପ୍ରତିନିଧି ଭଂଜଦୂତ ନିୟୁଜ଼
