ହାତୀ ଉଜାଡ଼ି ଦେଲେ ସୁନା ର ଫସଲ
ବର୍ତ୍ତମାନର ବଡ଼ ଖବର
ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପରଜଙ୍ଗରେ ୩ଟିକିଆ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପରଜଙ୍ଗ ଗ୍ରାମର ବନଲତା ମହାନ୍ତିଙ୍କ ବାଡ଼ି ବଗିଚାରେ ଥିବା କଦଳୀ, ନଡ଼ିଆ,ଆମ୍ବ, ପିଜୁଳି ଓ ଧାନ ଫସଲକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବନ ବିଭାଗର ଟିମ ଯାଇ କ୍ଷତିପୂରଣ ଆକଳନ କରିବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
