ମାର୍ଲବା ପଞ୍ଚାୟତର ପେକଟ ଓ ଲିମରସିଙ୍ଗି ଗ୍ରାମରେ ବନ୍ୟାପ୍ରଭାବିତ ପରିବାରମାନଙ୍କ ପାଇଁ ସିସିଡି ଓ ଲିନସି ଫାଉଣ୍ଡେସନ୍ର ରାହାତ ସାହାଯ୍ୟ ବିତରଣ କାର୍ଯ୍ୟକ୍ରମ।
ଗଜପତି (ଟିକି ଲିମା)
ଗତ ମାସରେ ଘଟିଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟାର ଫଳରେ ରାୟଗଡା ବ୍ଲକର ଅନେକ ଗ୍ରାମରେ ଘର, ଫସଲ ଓ ରାସ୍ତା ଭାରି କ୍ଷତିଗ୍ରସ୍ତ ହୋଇପଡିଥିଲା। ଏହି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ସିସିଡି (ସିଶିଡି) ଓ ଲିନ୍ସି ଫାଉଣ୍ଡେସନ୍ ର ସଂଯୁକ୍ତ ପ୍ରୟାସରେ ମର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟା ଓ ଲିମରସିଙ୍ଗି ଗ୍ରାମର ୪୩ ଟି ପରିବାରଙ୍କୁ ରାହାତ ସାମଗ୍ରୀ ବିତରଣ କରାଯାଇଥିଲା।
ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା (ମୁଖ୍ୟ ଅତିଥି) ଉପସ୍ଥିତ ହୋଇ ଆପଦ୍ଗ୍ରସ୍ତ ପରିବାରମାନଙ୍କ ମଧ୍ୟରେ ସାମଗ୍ରୀ ବିତରଣ କରିଥିଲେ। ସେ ସହିତ ଶ୍ରୀ ରୋହିତ ବେହେରା (AEE, PA-ITDA), ଶ୍ରୀ ଜି. କୁମାର ରେଡ଼ି (BLE, ରାୟଗଡା), ସ୍ଥାନୀୟ ସରପଞ୍ଚ ଜଳନ୍ଧର କାର୍ଯି , ପାର୍ବତୀ ଭୂୟାଁ ସମିତି ସଭ୍ୟ, ଯୁସ୍ପିନ ଶବର ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସାହାଯ୍ୟ ଭିତରଣ ସମୟରେ ପ୍ରତ୍ୟେକ ପରିବାରକୁ ନିମ୍ନଲିଖିତ ଆବଶ୍ୟକ ସାମଗ୍ରୀ ଦିଆଯାଇଥିଲା
ଘର ଛାତ ପାଇଁ ତାରପଲିନ୍- ୧
ଖାଦ୍ୟ ସାମଗ୍ରୀ: ୨୫ କେଜି ଚାଉଳ, ଡାଲି, ତେଲ, ଚିନି, ମୋଟର, ଚୂଡା, ସୁଜି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସାବୁନ, ସର୍ଫ ପାଉଡର
ପୋଷାକ ସାମଗ୍ରୀ: ଶାଢୀ, ପେଣ୍ଟ, ନାଇଟି, ଚାଦର ଓ ଟାବଲ – ପ୍ରତ୍ୟେକରୁ ଦୁଇଟି
ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀମାନେ ଏହି ସାହାଯ୍ୟ ପାଇଁ ଲିନ୍ସୀ ଫାଉଣ୍ଡେସନ୍ ଓ ସିସିଡି ଅନୁଷ୍ଠାନ ପ୍ରତି ଅଭାର ଜଣାଇଛନ୍ତି, ଏବଂ ସେମାନଙ୍କୁ ଏପରି ଦୁର୍ଯୋଗ ସମୟରେ ମାନବିକ ସହାୟତା ପ୍ରଦାନ କରାଯାଇଥିବାରେ ଆନନ୍ଦ ବ୍ୟକ୍ତ କରିଛନ୍ତି।
ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁଙ୍କ ନିର୍ଦ୍ଦେଶକ୍ରମେ, ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକ, ଏବଂ ଜୟଲକ୍ଷ୍ମୀ ବେହେରା, ମମତା ପାତ୍ର ପରିଚାଳନା କରିଥିଲେ।
