ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତା
୧୪ ବର୍ଷରୁ କମ ବାଳକ ବିଭାଗରେ ମୟୂରଭଞ୍ଜ ଚମ୍ପିୟାନ
ବାରିପଦା (ପି. ଏନ. ଏସ.)
ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱବଧାନରେ ମୟୂରଭଞ୍ଜ ଜିଲ୍ଲା ରୁ ୪୮ ଜଣ କ୍ରୀଡାବିତ୍ତ ଯୋଗ ଦେଇଥିଲେ. ତେବେ ଏହି
ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ୧୪ ବର୍ଷରୁ କମ ବାଳକ ବିଭାଗ ଚମ୍ପିୟାନ ହୋଇଥିବା ବେଳେ, ୧୪ ବର୍ଷରୁ କମ ବାଳିକା ଏବଂ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ତିନୋଟି ବିଭାଗରେ ମୟୁରଭଞ୍ଜ ଟିମ ରନର୍ସଅପ ହୋଇ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି. ଏହି ଅବସର ରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏହି ଟିମ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି.
