*କଂଗ୍ରେସ ଦଳ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଜିତାଇବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ଯୁବ ସଭାପତି ତରଫରୁ ନିବେଦନ ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ଶ୍ରୀ ଚୈତନ୍ୟ ତାଣ୍ଡି ନିବେଦନ କରିଛନ୍ତି। ଶ୍ରୀ ଘାସିରାମ ମାଝୀ ଜଣେ ସ୍ଥାନୀୟ ଆଦିବାସୀ ସଂପ୍ରଦାୟର ଟାଣୁଆ ନେତା ଅଟନ୍ତି।ଦିର୍ଘ ୨୦ ବର୍ଷ ହେଲା ଅଞ୍ଚଳର ଶ୍ରମିକ, ଚାଷୀ ତଥା ଗରିବ ଓ ଖଟିଖିଆ ଦାଦନ ମାନଙ୍କ ହକ ଓ ଅଧିକାର ପାଇଁ ସଦା ସର୍ବଦା ଲଢେ଼ଇ କରି ଆସୁଛନ୍ତି। ଗତ ୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାର ବିରୋଧି ଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଅଜୟ କୁମାର ଲାଲ୍ଲୁ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ତାଙ୍କୁ ଦଳର ପ୍ରାର୍ଥୀ ରୂପେ ମନୋନୀତ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ କମିଟି ଓ ଓଡ଼ିଶା ରାଜ୍ୟ କମିଟି କଂଗ୍ରେସ ଦଳର ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ାର ସମସ୍ତ ଶ୍ରମିକ କର୍ମଚାରୀ ଓ ଚାଷୀମୂଲିଆ,ଅନୂସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ସମସ୍ତ ଭୋଟର୍ ପୁର୍ଣ୍ଣ ମାତ୍ରାରେ ଭୋଟଦେଇ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ଜୟଯୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ଶ୍ରୀ ଚୈତନ୍ୟ ତାଣ୍ଡି ନିବେଦନ କରିଛନ୍ତି।
