କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ଚତୁର୍ଥ ଦିନ । ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଏବଂ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଯୋଗ ଦେଇଥିଲେ।ପ୍ରଥମ ମ୍ୟାଚ ବରଗଡ଼ ବାର ଆସୋସିଏସନ୍ ସହିତ ବାଲେଶ୍ଵର ବାର ଆସୋିଏସନ ସହିତ ଖେଳା ଯାଇଥିଲା। ବାଲେଶ୍ଵର ବାର ଆସୋସିଅନ ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥଲେ। ବାଲେଶ୍ଵର ବାର ଟିମ୍ ବ୍ୟାଟିଂ କରି 20 ଓଭର୍ ରେ ସାତ ୱିକେଟ ହରାଇ 162 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ବରଗଡ଼ ବାର ଆସୋସିଏନ 15.2 ଓଭର ରେ କୌଣସି ୱିକେଟ ନ ହରାଇ 165 ରନ କରି ମ୍ୟାଚ୍ କୁ ଦଶ ୱିକେଟ ରେ ଜିତି ନେଇଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ବରଗଡ ଟିମ ର ଅଶୋକ କୁମାର ନାୟକ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ମ୍ୟାଚ୍ ଭୁବନେଶ୍ଵର ବାର ଆସୋସିଅନ ଶହ ସମ୍ବଲପୁର ବାର ଟିମ ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ ଭୁବନେଶ୍ଵର ବାର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଅଠର ଓଭର ରେ ଭୁବନେଶ୍ଵର ଟିମ୍ ଛଅଟି ୱିକେଟ୍ ହରାଇ 151 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ ସମ୍ବଲପୁର ବାର ଆସୋସିଆନ ଟିମ ନିର୍ଦ୍ଧାରିତ ଅଠର ଓଭର ରେ ନଅ ୱିକେଟ୍ ହରାଇ ମୋଟ 96 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ଭୁବନେଶ୍ଵର ବାର ସଂଘ 55 ରନ୍ ରେ ମ୍ୟାଚ୍ କୁ ଜିତିଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ଵର ବାର ଆସୋସିଏସନ୍ ର ଆଶୁତୋଷ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଅମ୍ପାୟାରି ଭାବେ ଓସିଏ ପାନଲ ଆମ୍ପାରିଙ୍ଗ ଅସିତ୍ ପଟ୍ଟନାୟକ .. ରମେଶ ସ୍ୱାଇଁ. ଏବଂ ରଜନୀକାନ୍ତ ରେଡ୍ଡୀ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍ ରେଫ୍ରି ଭାବେ ପ୍ରଦୀପ କୁମାର ମହାନ୍ତି ଦାୟୀତ୍ବ ତୁଲାଇ ଥିଲେ। ସ୍କୋରର ଭାବେ ଗୌରବ ଏବଂ ଦିଲିପ ରହିଥିଲେ।କୋରାପୁଟ ବାର ଆସୋସିଏନ ର ସଭାପତି ପ୍ରଭାତ ମହାପାତ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
