ଲୋକଙ୍କୁ ଭ୍ରମିତ କରୁଛି ପିଡବ୍ଲୁଡି ବିଭାଗ ବୋର୍ଡ
ହିନ୍ଦୋଳ: ପୁରୁଣା କଟକ ସମ୍ବଲପୁର ରାସ୍ତାଟି ଗୋଟିଏ ବ୍ୟସ୍ତ ବହୁଳ ରାସ୍ତା । ପଶ୍ଚିମ ଓଡିଶା ସହ ଉପକୂଳ ଓଡିଶାକୁ ଏହି ରାସ୍ତା ଯୋଡିଥାଏ । ପଥଚାରୀଙ୍କ ସୁବିଧା ପାଇଁ ଏହି ଓଡିଶା ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାର ଦିଗ ନିର୍ଣ୍ଣୟ କରି ବଡ ବଡ ବୋର୍ଡ ଲାଗି ଯାଇଛି । ଯାହାକି ନୂତନ ପଥିକଙ୍କୁ ମାର୍ଗଦର୍ଶନ ରେ ସହାୟକ ହୋଇଥାଏ । ମାତ୍ର ନୂତନ ଭାବରେ ହିନ୍ଦୋଳ ବ୍ଲକ ନୂଆବଗ ପଞ୍ଚାୟତର ବାହାଲୁଣ୍ଡା ସ୍କୁଲ ଛକରେ ଏକ କିଲୋମିଟର ଏବଂ ଦିଗ ନିର୍ଣ୍ଣୟ କରୁଥିବା ବଡ ହୋଡିଙ୍ଗ ଲାଗୁଛି । ଯାହାକି ଜନ ସାଧାରଣଙ୍କୁ ମାର୍ଗଦର୍ଶନ କରିବା ପରିବର୍ତ୍ତେ ଭ୍ରମିତ କରି ଭୂଲ ରାସ୍ତାରେ ଯିବା ପାଇଁ ବାଧ୍ୟ କରୁଛି । କାରଣ ଏହି ବୋର୍ଡରେ ଅନୁଗୁଳ ୩୫ କିଲୋମିଟର ଏବଂ ଏହା ବାହାଲୁଣ୍ଡା ଗ୍ରାମ ଆଡକୁ ତୀର ଦ୍ବାରା ଦର୍ଶାଯାଇଛି । ଫଳରେ ବହୁ ଲୋକ ଏହି ବୋର୍ଡ ଦେଖି ସେହି ଛକରୁ ବାହାଲୁଣ୍ଡା ଚିତ୍ତଲପୁର ଆଡକୁ ଚାଲିଯାଉଛନ୍ତି । ଯଥାଶୀଘ୍ର ଏହି ଗୁରୁତର ତ୍ରୁଟି ସଂଶୋଧନ କରି ଅଜଣା ପଥଚାରୀଙ୍କୁ ଉଚିତ ମାର୍ଗଦର୍ଶନ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
