ଜେନାପୁର ଥାନା ରେ କଂଗ୍ରେସ ର ଏ ଆଇ ସି ସି ସଭ୍ୟା ପି ସି ସି ମିଡ଼ିଆ ସେଲ୍ ର ମୂଖ୍ୟ ପାତ୍ର ମଧୁସ୍ମିତା ଆଚାର୍ଯ୍ୟ
ଧର୍ମଶାଳା/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-କୁଲୁ ବରାଳ
ଧର୍ମଶାଳା ଜେନାପୁର ଥାନା ରେ କଂଗ୍ରେସ ର ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଆସି ପହଁଚିଲେ। ଦଳିତ ଅବୋହେଳିତ ସାଥିନୀ ହୋଉଛନ୍ତି ଏଣ୍ଡଳବା ପଞ୍ଚାୟତ ମାଳହାଟ ଗ୍ରାମ ର ମଦନ ବେହେରା ଙ୍କ ପୁଅ ପ୍ରହଲ୍ଲାଦ ବେହେରା ଓ ସେହି ଗ୍ରାମର ରବିନ୍ଦ୍ର ପଣ୍ଡା ଙ୍କ ପୁଅ ସମରେନ୍ଦ୍ର ପଣ୍ଡା ଙ୍କ ମଧ୍ୟରେ 29 ତାରିଖ ରାତିରେ କୋଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ଘଟଣା ଙ୍କୁ ନେଇ ଉଭୟ ପକ୍ଷ ଥାନା ରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗ ଙ୍କୁ ଭିତ୍ତି କରି ଦୁଇଟି ପୃଥକ ମାମଲା କେସ୍ ନମ୍ବର 386 ଓ 387/25 ରେ, ତଦନ୍ତ ବଳରେ ପ୍ରହଲ୍ଲାଦ ଓ ସମରେନ୍ଦ୍ର କୁ ନେଇ ଥାନାରେ ସମରେନ୍ଦ୍ର କୁ ଛାଡ଼ି ଦେଇଥିଲା। ଏଥିମଧ୍ୟରେ ବହୁ ଦଳିତ ଅବୋହେଳିତ ଧାରଣା ଦେଇଥିଲେ କିନ୍ତୁ ସମରେନ୍ଦ୍ର ବାହାରେ ଖୁଲମଖୁଲା ବୁଲୁଛି ଏନେଇ ମଧୁସ୍ମିତା ଆଚାର୍ଯ୍ୟ ଜେନାପୁର ଥାନା ରେ ପହଞ୍ଚି ଥିଲେ କିନ୍ତୁ ଆଇ ଆଇ ସି ମହୋଦୟା ଥାନାରେ ନଥିଲେ ଏବଂ, ଥାନା ଗାଡି ଅଛି ବାବୁ ଆଣି ନାହାନ୍ତି ଏଥିରେ ତୁରନ୍ତ ସମରେନ୍ଦ୍ର କୁ ଆରେଷ୍ଟ୍ କରିବାକୁ ନିର୍ଦେଶ ଦେଇଥିଲେ ନଚେତ୍ ଦୁଇ ଦିନ ମଧ୍ୟରେ ଏସ୍ ପି ଅଫିସ ଆଗରେ କଂଗ୍ରେସ ତରଫରୁ ଧାରଣା ଦିଆଯିବ ବୋଲି କହିଛନ୍ତି। ଏନେଇ କଂଗ୍ରେସ ଦଳର ସଦସ୍ୟମାନେ ଦୀପକ୍ କୁମାର ବଳ, ଧର୍ମଶାଳା କଂଗ୍ରେସ ଜିଲ୍ଲା ପରିଷଦ ନମ୍ବର 12 ଜୋନ୍ , ପ୍ରମୋଦ କୁମାର ମହାନ୍ତି ଜେନାପୁର କଂଗ୍ରେସ ସଭାପତି, କାଳୁଆ ରାଉତ, ତାପସ ମଲ୍ଲିକ୍, ଗୋବିନ୍ଦ ମଲ୍ଲିକ୍, ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ସମସ୍ତେ ଯୋଗଦେଇଥିଲେ
