କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଉଦ୍ଘାଟିତ ହୋଇଯାଇଛି।
ଆଜିଠାରୁ ଆସନ୍ତା ନଅ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଚାଲିବ । ଏହାକୁ ଜିଲା ଜର୍ଜ ପ୍ରଦୀପ କୁମାର ମହନ୍ତ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ କୋରାପୁଟ ର ଅତିରିକ୍ତ ଜିଲ୍ଲା ଜଜ ଡକ୍ତର ଦୀପକ ରଞ୍ଜନ ସାହୁ sdjm ସୁଶ୍ରୀ ସଂଗୀତା ଦାସ ଓ ସ୍ଵତନ୍ତ୍ର ମାଜିଷ୍ଟ୍ରେଟଗୟାଧର ପାଣିଗ୍ରାହୀ ଉପସ୍ଥିତ ଥିଲେ। ପ୍ରଥମ ମ୍ୟାଚ୍ ଗଜପତି ବାର ଆସୋସିଏସନ୍ ସହିତ ଜୟପୁର ବାର ଆସୋସିଏସନ୍ ସହିତ ଖେଳା ଯାଇଥିଲା। ଗଜପତି ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥଲେ। ଜୟପୁର ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ ରେ ପାଞ୍ଚ ୱିକେଟ ହରାଇ 182 ରନ୍ ସଂଗ୍ରହ କରିଥିଲା। ଜବାବ ରେ ଗଜପତି ଟିମ୍ 18.2 ଓଭର୍ ରେ 74 ରନ୍ ରେ ଅଲ ଆଉଟ୍ ହୋଇଯାଇଥିଲେ। ଜୟପୁର 79 ରନ ରେ ଜିତିଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ଜୟପୁର ଟିମ୍ର ସୁବାଷ ରାଉତ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ମ୍ୟାଚ୍ କଟକ CAT ଓ ଭୁବନେଶ୍ୱର ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ କଟକ ଟଚ ଜିତି ପ୍ରଥମେ ଫିଲଣ୍ଡିଂ ନେଇଥିଲା । ନିର୍ଦ୍ଧାରିତ ଷୋହଳ ଓଭର ରେ ଭୁବନେଶ୍ୱର ଟିମ୍ ଚାର ଟି ୱିକେଟ୍ ହରାଇ 134 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ CAT କଟକ ନିର୍ଦ୍ଧାରିତ ଷୋହଳ ଓଭର ରେ ଆଠ ଟି ୱିକେଟ୍ ହରାଇ ମୋଟ 91 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ଭୁବନେଶ୍ୱର ବାର Association 43 ରନ୍ ରେ ମ୍ୟାଚ୍ କୁ ଜିତିଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ବାର ଆସୋସିଏସନ୍ ର ମୋହନ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।ଆଜିର ଏହି କାର୍ଯ୍ଯକ୍ରମ ରେ ଆୟୋଜକ କୋରାପୁଟ ଓକିଲ ସଙ୍ଘ ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ଅମ୍ପାୟାରି ଭାବେ ଓସିଏ ପାନଲ ଆମ୍ପାରିଙ୍ଗ ଶଅସିତ୍ ପଟ୍ଟନାୟକ ଓ ତୁଷାର ପଣ୍ଡା ଖେଳ ପରିଚାଳନା କରିଥିଲେ। କୋରାପୁଟ ବାର ଆସୋସିଏନ ର ସଭାପତି ପ୍ରଭାତ ମହାପାତ୍ର… ସମ୍ପାଦକ ସୁନୀଲ କୁମାର ଜେନା.. ଉପସଭାପତି.. କୃଷ୍ଣ ସ .. ମିଡ଼ିଆ ପରାମର୍ଶ ଦାତା ଅଶୋକ କୁମାର ଷଡଙ୍ଗୀ.. ବରିଷ୍ଟ ଓକିଲ ଟି ଏନ୍ ମୂର୍ତ୍ତି. ନିହାର ରଞ୍ଜନ ପଟ୍ଟନାୟକ.. ଶରତ ଆଚାର୍ଯ୍ୟ… ସମେତ କୋରାପୁଟ ବାର ସଙ୍ଘ ର ସମସ୍ତ ସଦସ୍ୟ ଓ ସଦ୍ୟାସ୍ୟା ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
