ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳିତ
ପୋଲିସ ପକ୍ଷରୁ ମାରାଥନ ଦୌଡ
ଡେଲାଙ୍ଗ, (ନି,ପ୍ର): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଓ ରାଷ୍ଟୀୟ ଏକତା ଦିବସ ଡେଲାଙ୍ଗ ପୋଲିସ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରାଧାକାନ୍ତ ବିଦ୍ୟାପୀଠରେ ମାରାଥନ ଦୌଡ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ଥାନା ଆଇଆଇସି ଶ୍ୟାମଘନ ବାରିକ ଉଦଘାଟନ କରିଥିବା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକଥିଲେ । ତାଙ୍କର ତ୍ୟାଗ ଆମ ସମସ୍ତଙ୍କ ପ୍ରେରଣା । ପ୍ରତ୍ୟେକ ସର୍ଦ୍ଦାରଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଇଆଇସି ଶ୍ରୀ ବାରିକ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ସ୍ଥାନୀୟ ନାଗରିକ, ଯୁବପିଢି, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ । ଦୌଡରେ ୩ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଇନ୍ସପେକ୍ଟର ଶୁଭଶ୍ରୀ ନନ୍ଦ,ଏସଆଇ ମହମଦ୍ ଅଲିନୁର, ଗୃହରକ୍ଷୀ ପ୍ରମୋଦ ସେଠୀ ,ଅଶ୍ୱିନୀ କୁମାର ବସ୍ତିଆ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ, କ୍ରୀଡା ଶିକ୍ଷକ ନଟବର ସେଠୀ ପ୍ରମୁଖଙ୍କ ସହିତ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
