ଡେଲାଙ୍ଗରେ ଏକାଧିକ ନିଖୋଜ
ପର୍ତ୍ତା ପାଇବାରେ ପୋଲିସ ବିଫଳ
ଡେଲାଙ୍ଗ,(ସ୍ଵ ॰ ପ୍ର ) : ଡେଲାଙ୍ଗ ଥାନାର ଅଚଂଳ କୁଞ୍ଜର ଗ୍ରାମର ଗତ ସେପ୍ଟେମ୍ବର ୩୦ ତାରିଖରେ ନିଖୋଜ ୨ ନାବାଳକଙ୍କ ପର୍ତ୍ତା ଏପର୍ଯ୍ୟନ୍ତ ପୋଲିସ ପାଇନଥିବା ବେଳେ ଶୁକ୍ରବାର ମାଛପାଡା ଗ୍ରାମର ଜଣେ ନାବାଳିକା ନିଖୋଜ ନେଇ ପୋଲିସର ମୁଣ୍ଡବିନ୍ଧା କାରଣ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣକ ମୋବାଇଲ କିଣିବାକୁ ପାଇଁ ଘରେ ଟଙ୍କା ମାଗିଥିଲେ । ହେଲେ ପରିବାର ଲୋକେ ଆଉକିଛି ଦିନ ପରେ ମୋବାଇଲ କିଣିବାକୁ କହି ନାବାଳିକାକୁ ଆଶ୍ୱାସନା ଦେଇଥିଲେ । ଶୁକ୍ରବାର ବାପା ଓ ମା ଘରୁ କାମକୁ ଯାଇଥିବା ବେଳେ ତାଙ୍କ ସାନଝିଅ କେଉଁଆଡେ ପଳେଇଥିବା ନେଇ ବଡଝିଅ ମାକୁ ଖବର ଦେବାରେ ଘରକୁ ଫେରି ଗାଁ ଗଣ୍ଡା ଖୋଜାଖୋଜି କରି କୌଣସି ପର୍ତ୍ତା ପାଇନଥିଲେ । ଅଣାନବମୀ ପର୍ବ ଥିବା ବେଳେ ସାକ୍ଷୀଗୋପାଳ ଓ ବେନୁପାଡା ପୀଠରେ ମଧ୍ୟ ଖୋଜି କରି ପାଇନଥିଲେ । ଯାହା ଫଳରେ ନାବାଳିକାର ମା ରୀନା ସେଠୀ ଡେଲାଙ୍ଗ ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ । ପୋଲିସ ଏନେଇ ୪୧୬/୨୫ରେ ମାମଲା ରୁଜୁକରିଥିବା ଜଣାପଡିଛି । ସେହିପରି କାଳୁପଡା ଗ୍ରାମର ପାଣୁ ବାରିକଙ୍କ ପୁଅ କାହ୍ନୁଚରଣ ବାରିକ (୩୨)ଆଜକୁ ଏକମାସ ହେବ କେଉଁଆଡେ ପଳେଇଥିବା ନେଇ ବାପା ପାଣୁ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ।
