
ତାଳଚେର :ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକର ନାତିଡ଼ିରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ର ପଞ୍ଚମ ବାର୍ଷିକ ଉତ୍ସବ ସାଉଥ ବଲଣ୍ଡା ଅଫିସର କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଡ଼. ଚିନ୍ମୟୀ ଦାସ ମୁଖ୍ୟଵକ୍ତା ଗୋପବନ୍ଧୁ ସାହୁ, ସଂମ୍ମାନିତ ଅତିଥି ପଦ୍ମାଖୀ ସିଂ, ବାପି ମହାନ୍ତି, ବିଭୁ ପ୍ରସାଦ ଶତପଥି,କବି ଅନୁପ ଗଡ଼ନାୟକ ଓ ମୁଖ୍ୟ ଆକର୍ଷଣ ଅଭିନତା ମିଟୁ ମିଥୁନ ଯୋଗଦେଇଥିଲେ। କୁନି କୁନି ପିଲା ମାନଙ୍କ ଦ୍ଵାରା ଓ ୟୁଟୁବର ତଥା ହାସ୍ୟ ଅଭିନେତା ଅନୁଗୁଳିଆ ଟୋକା ସିପୁ, ଆମ ଘର ଟୋକା ଇଶ୍ଵର ଭୋଇ, ଲିପୁ ଭାଇ, ଅନୁଗୁଳିଆ ଟାଇଗର ଜିତୁ ଭାଇ, ଟୁନା ଭାଇ ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ଅତିଥି ମାନେ ସଂଗଠନର ଉତ୍ସର୍ଗକୃତ ସମାଜସେବା ପାଇଁ ପ୍ରଶସା ସାଉଁଟି ଥିଲେ। ସମାଜ ସେବା କାର୍ଯ୍ୟ ପାଇଁ ଓଡିଶାର ୮୦ଟି ସ୍ବେଛାସେବୀ ଅନୁଷ୍ଠାନକୁ ଉପଢ଼ୋକନ ସହିତ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ଉପଦେଷ୍ଟା କବି ପ୍ରକ୍ରୁତିମିତ୍ର ଅନୁପ ଗଡ଼ନାୟକ ଙ୍କ ଦ୍ଵାରା ଦୁଇଟି ବହି ଆମ ପ୍ରକୁତି,ଭକ୍ତି ସାଗର ସମ୍ମାନୀତ ଅତିଥିଙ୍କ ଗହଣେ ନବେକଳେବର ରୂପରେ ଜନ୍ମ ନେଲା ଓ ଅନୁଷ୍ଠାନର ପତିଷ୍ଠାତା ସରୋଜ କୁମାର ସାହୁ କହିଲେ ମୁ ଥିବା ଯାଏ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ଦ୍ଵାରା ସମାଜ ପାଇଁ କାମ କରି ଚାଲିବି। କାର୍ଯ୍ୟକ୍ରମ ର ପରିଚାଳନା ଭାର ସମ୍ଭାଳିଥିଲେ ଭସ୍ୟକାର ବସନ୍ତ କୁମାର ମହାପାତ୍ର ।। ରିପୋର୍ଟ ମନୋଜ ରାଉତ