ଯୁବକ ଙ୍କ ଉଲଗ୍ନ ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର।
ସୋର :(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ):::ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟା ବେଙ୍ଗେଇ ଗାଁର କାଇଁଶନାଳ ଜଙ୍ଗଲ ନିକଟରେ ଏକ ଶାଳ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଖୁଣ୍ଟା ବେଙ୍ଗେଇ ଗ୍ରାମର ପୂର୍ଣ୍ଣ ହେମ୍ବ୍ରମଙ୍କ ସାନ ପୁଅ ଭୀମ ହେମ୍ବ୍ରମ ଆନୁମାନିକ ବୟସ ୪୫ ଆଜି ଉକ୍ତ ଜଙ୍ଗଲରେ ଏକ ଶାଳ ଗଛରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଝୁଲୁଥିବାର ଦେଖା ଯାଇଥିଲା। ଭୀମଙ୍କ ସ୍ତ୍ରୀ ଛୁଆ ଙ୍କ କହିବା ଅନୁସାରେ ଔପଦା ବ୍ଲକ ବଡ଼ପୋଖରୀ ସ୍ଥିତ ଜାବନା ଡିହକୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଯାଇଥିଲେ। ଆସିଲା ପରେ ଭୀମ ପାଗଳ ଭଳି ଆଚରଣ କରୁଥିଲେ। ଗତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ଭୋର ସମୟରେ ତାଙ୍କ ସ୍ତ୍ରୀ ଘରେ ଦେଖିବାକୁ ପାଇ ନ ଥିଲେ। ପରେ ଗାଁ ଲୋକଙ୍କ ଠାରୁ ଖବର ପାଇଥିଲେ। ଖବର ପାଇ ସୋର ପୁଲିସ ପହଂଚି ତଦନ୍ତ ଆରମ୍ଭ କରୁଛନ୍ତି। ସମୃକ୍ତ ମୃତ ଦେହକୁ ସୋର ଦମକଳ କେନ୍ଦ୍ର ତରଫରୁ ଉଦ୍ଧାର କରାଯାଇଥିଲା । ସୋର ପୋଲିସ ସମେତ ଫରେଷ୍ଟର ମିନତୀ ମାଝୀ ଓ ଗାର୍ଡ ହରିହର ବେହେରା ଉପସ୍ଥିତ ଥିଲେ
