ବାଲେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ବର୍ଷକ ପରେ ଅର୍ଥାତ୍ ୨୦୨୦ ମସିହାରେ ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଅଚାନକ ଦେହାନ୍ତ ପରେ ଉପ ନିର୍ବାଚନ ହୋଇଥିବା ନଜିର ରହିଥିବା ବେଳେ, ୨୦୨୪ ସାଧାରଣ ନିର୍ବାଚନର ବର୍ଷକ ପରେ ଅର୍ଥାତ ୨୦୨୫ ମସିହାରେ ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେବାକୁ ଯାଉଛି। ୨୦୧୯ ରେ ରାଜ୍ୟରେ ବିଜେଡି ସରକାର ଗଢିଥିବା ବେଳେ, ବାଲେଶ୍ୱର ବିଧାୟକ ଥିଲେ ବିଜେପିର ମଦନ ମୋହନ ଦତ୍ତ, ଅନ୍ୟପଟେ ୨୦୨୪ ରେ ରାଜ୍ୟରେ ବିଜେପି ସରକାର ଗଢିଥିବା ବେଳେ, ନୂଆପଡ଼ା ର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ! ବାଲେଶ୍ୱର ଉପ ନିର୍ବାଚନରେ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ବିଜେପିରୁ ପ୍ରାର୍ଥି ହୋଇଥିବା ବେଳେ, ଟିକିଏ ଫରକ ସହ ନୂଆପଡ଼ା ଉପ ନିର୍ବାଚନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବି ବିଜେପିର ପ୍ରାର୍ଥୀ ! ହେଲେ ବାଲେଶ୍ଵର ଉପ ନିର୍ବାଚନରେ ବିଜେଡ଼ିରୁ ଜଣେ ସମାଜସେବୀ, ବ୍ୟବସାୟୀ ତଥା ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ, ଟିକିଏ ଫରକ ସହ ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅନ୍ୟ ଏକ ନିର୍ବାଚନ ମଣ୍ଡଳୀର ଲୋକ। ବାଲେଶ୍ୱରରେ ଉପ ନିର୍ବାଚନ ବିଜେଡ଼ି ବିଜେପି କଡା ଟକ୍କର ହୋଇଥିବା ନଜିର ରହିଥିବା ବେଳେ, ସରକାର ସପକ୍ଷରେ ଜନମତ ଯାଇଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ, ଯେଉଁଥି ପାଇଁ ବିଜେପି ଆସନଟିକୁ ସରକାରୀ ଦଳ ହାତେଇ ନେବା ଥିଲା ବେଶ ଚର୍ଚ୍ଚାରେ! ଏବେ ନୂଆପଡ଼ା ଆସନଟି ବିଜେଡ଼ି ହାତରେ ରହିଥିବା ବେଳେ, ସରକାରୀ ଦଳ ବିଜେପି ଆସନଟିକୁ ହାତେଇବା ସମ୍ଭାବନା ଅଧିକ ରହିଥିବା ବେଳେ, ଜନମତ କ’ଣ ରହୁଛି ଆଗକୁ ଦେଖିବାକୁ ବାକି ରହିଲା କହିଲେ ଅତ୍ୟୁକ୍ତି ହେବନାହିଁ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
