କପିଳାସ ହାଫ୍ ମାରାଥନର ଟିସାର୍ଟ ଉନ୍ମୋଚନ ୨୦୨୬ ଟାଟା ଷ୍ଟିଲ୍
ଦୁଇଟି ସ୍ମରଣୀୟ ସଂସ୍କରଣ ପରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ’ର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି ।
ଏହି ହାଫ ମାରାଥନ ୨୦୨୬ ଜାନୁଆରୀ ୧୦ରେ ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ନିକଟରେ ତଥା କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏହା ଅନୁଷ୍ଠିତ ହେବ । ଏହି ପରିପେକ୍ଷିରେ ୨୦୨୬ ହାଫ ମାରାଥନର ଅଫିସିଆଲ ଟି-ସାର୍ଟକୁ ଢେଙ୍କାନାଳର ଜିଲ୍ଲାପାଳ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ଏସପି,ବନଖଣ୍ଡ ଅଧିକାରୀ,ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସର୍ଭିସେସ ମୁଖ୍ୟ,ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ଓ ଏମଜିଏମ ମିନେରାଲସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।
