ବାଲେଶ୍ବରରେ ସାଇବର ସୁରକ୍ଷା ଅଭିଯାନ –
ବାଲେଶ୍ୱର ତା-୩୦ ଅକ୍ଟୋବର ଆଜି ଗାନ୍ଧୀ ସ୍ମୃତି ଭବନ, ବାଲେଶ୍ୱରରେ “ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା – ୨୦୨୫” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ କୁମାର ଦତ୍ତ,ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ମାନ୍ୟବର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ପୂର୍ବାଞ୍ଚଳ ଡିଆଇଜି ଶ୍ରୀ ପିନାକ ମିଶ୍ର, ବାଲେଶ୍ୱର ଏସପି ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଉପଜିଲ୍ଲାପାଳ ଶ୍ରୀ ଶିବା ମାଳବ୍ୟI ମଞ୍ଚାସୀନ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ନାଗରିକମାନଙ୍କୁ ସାଇବର ଠକେଇ ରୁ ସଚେତନ ଓ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଲୋଭନୀୟ ପ୍ରଲୋଭନରେ ପଡ଼ି ଆର୍ଥିକ ଠକେଇର ଶିକାର ନ ହେବାକୁ ଆହ୍ୱାନ କରିଥିଲେ। ବିଧାୟକ ଶ୍ରୀ ଦତ୍ତ ଏହି ଅଭିଯାନକୁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉଲ୍ଲେଖ କରି ସାଇବର ସଚେତନତା ପାଇଁ ଯୁବ ବର୍ଗଙ୍କ ଭୂମିକା ଉପରେ ଜୋର ଦେଇଥିଲେ। ଡିଆଇଜି ଶ୍ରୀ ମିଶ୍ର ନୂତନ ପ୍ରଯୁକ୍ତିର ସହିତ ଆସୁଥିବା ସାଇବର ଠକେଇ ର ବିଭିନ୍ନ ସ୍କ।ମ୍ ସମ୍ପର୍କରେ ସତର୍କ କରି ସାଇବର ହେଲ୍ପଲାଇନ୍ ୧୯୩୦ର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମାଳବ୍ୟI ସାଇବର ହାଇଜିନ୍ ଓ ଡିଜିଟାଲ ସତର୍କତା ବଜାୟ ରଖିବାର ପରାମର୍ଶ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା କ୍ୱିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସାଇବର ସୁରକ୍ଷା ରଥକୁ ଫ୍ଲାଗ ଅଫ୍ କରାଯାଇଥିଲା। ଆରକ୍ଷୀ ଅଧିକ୍ଷକ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
