ରାସ୍ତା ଓ ପୂର୍ତ୍ତ ବିଭାଗ ର ଠିକାଦାର ଙ୍କ ଯୋଗୁ ଜୁନିୟର ଇଞ୍ଜିନିୟର ମାଲା ମାଲ |
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର :ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜନସାଧାରଣ ଙ୍କ ଅଭିଯୋଗ ସତ୍ୱେ ଦେଖିବାକୁ ମିଳୁଛି ଚାଉଁତରା ଛକ ଠାରୁ ବିଞ୍ଝାରପୁର ପର୍ଯ୍ୟନ୍ତ ରାସ୍ତା ର ଅବସ୍ଥା ବହୁ ସୋଚନୀୟ କେତେ ବେଳେ କାହାର ଜୀବନ ଯିବ କହି ହେବନି | ବର୍ଷା ଅସଳାଏ ହେଲେ ଏହି ରାସ୍ତା ଲୋକ ମାନଙ୍କ ପାଇଁ ମରଣ ଯନ୍ତା ସହିତ ସମାନ | ସାଧାରଣ ଲୋକଙ୍କ କହିବା କଥା ଏହି ରାସ୍ତା ଦେଈ ରାତିପାଇଲେ, ସରକାରୀ ବାବୁମାନେ ହୁଅନ୍ତୁ ଅବା ରାଜନେତା ସବୁ ଦେଖି କିଛି ନଦେଖିଲା ଭଳି ରହୁଛନ୍ତି କାହା ପ୍ରଭାବ ରେ ଠିକାଦାର ଓ ଜୁନିୟର ଇଞ୍ଜିନିୟର ଆଜି ନିରବ ଦ୍ରଷ୍ଟା ସାଜିଛନ୍ତି। ସରକାର ଗୋଟେ ପକ୍ଷେ ଦୁର୍ନୀତି ହାଟାଇବା ର ଶପଥ ନେଉଥିବା ବେଳେ ଅନ୍ୟପଟେ ଠିକାଦାର ଓ ଯନ୍ତ୍ରୀ ଆଖି ବୁଝା ଦୁର୍ନୀତି କରି ଚାଲିଛସନ୍ତି। ସେମାନଙ୍କ ଉପରେ ଏହାର କିଛି ଫରକ ପଡୁନାହିଁ। ସରକାର ବିକଶିତ ଗାଁ ଓ ବିକଶିତ ସହର ଚିନ୍ତା କରୁଥିବା ବେଳେ ଏଠି ବିଞ୍ଝାରପୁର ବାସୀଙ୍କୁ ଠକି ଚାଲିଛନ୍ତି ସ୍ଥାନୀୟ ନେତ୍ରି। ବିଞ୍ଝାରପୁର ର ବିକାଶ କରିବା ନା ରେ ନାନାଦି ଦୁର୍ନୀତି ଏଠାରେ ଚଲେଇଛନ୍ତି। ବିଞ୍ଝାରପୁର କୁ ଏନଏସସି କରେଇବା ପାଇଁ ମିଛ ପ୍ରହସନ କାଟୁଥିବା ଲୋକ ଗୋଟେ ରାସ୍ତା ଭି ଠିକ ସେ କରେଇ ପାରିଲେ ନାହିଁ ବୋଲି ଜନ ସାଧାରଣ ରେ ଆଜି ଏକ ବଡ ପ୍ରଶ୍ନ ବାଛି ସୃଷ୍ଟି ହୋଇ ରହିଯାଇଛି।
