ବିଦ୍ୟୁତ୍ ଖୁଣ୍ଟ ପଡ଼ି ଛାତ୍ର ଗୁରୁତର।
ସୋର:(ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ)ସୋର ଥାନା ଅନ୍ତର୍ଗତ ଶରଶଙ୍ଖ ପଞ୍ଚାୟତ ଅଫିସ୍ ପାଖ ଗୁଲାସାହି ଦେଇ ଏକ କୁକୁଡ଼ା ଚିଆଁ ବୋଝେଇ ଗାଡି ଯାହାର ନମ୍ବର (CG 08AE5698 )ଯାଉଥିବା ସମୟରେ, ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟ ର ତାର ଉକ୍ତ ଗାଡ଼ିରେ ଘସି ଯିବା ଫଳରେ , ଉକ୍ତ ରାସ୍ତା ଦେଇ ପଛରେ ଟିଉସନ ରୁ ଘର କୁ ଆସୁଥିବା ଜଣେ ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା(୧୪)ଙ୍କ ଉପରେ ଖୁଣ୍ଟଟି ପଡିଯାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଟି ଦେବାଶିଷ ଙ୍କ ଉପରେ ପଡିଯିବାରୁ ତାଙ୍କ ସାଇକେଲ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଛାତ୍ର ଜଣକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଙ୍କ ସହାୟତା ରେ ତତ୍ କ୍ଷଣାତ ଛାତ୍ର ଙ୍କୁ ସୋର ଡାକ୍ତରଖାନା ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସଂପୃକ୍ତ କୁକୁଡ଼ା ଚିଆଁ ଗାଡିକୁ ଗ୍ରାମବାସୀ ଙ୍କ ତରଫରୁ ଅଟକ ରଖାଯାଇଥିବା ଖବର ପାଇଁ ସୋର ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ।
