ଦ୍ଵିତୀୟ ଥର ପାଇଁ କରଞ୍ଜିଆ ସଭାପତି ହେଲେ ଚନ୍ଦ୍ରମଣୀ ମହାପାତ୍ର !
ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜିଆ ବିଜେପିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମଣ୍ଡଳ ସଭାପତି ଉମାକାନ୍ତ ଜେନା ସଭାପତିତ୍ବ କରିଥିବା ବେଳେ, ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ବର ସାଂସଦଙ୍କ ରେମୁଣା ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଯୁବନେତା ବିକାଶ ପାଢ଼ୀ, ଯୁବନେତା ସୁବୋଧ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ, କରଞିଆ ପଞ୍ଚାୟତ ସଭାପତି ଭାବେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରମଣୀ ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏଥି ସହିତ ପଞ୍ଚାୟତର ବିଭିନ୍ନ କମିଟି ପାଇଁ ସଦସ୍ୟ ମାନେ ମନୋନୀତ ହୋଇଥିଲେ। କରଞ୍ଜିଆ ପଞ୍ଚାୟତ ପାଇଁ ବାର କିମି ରାସ୍ତା ପ୍ରକଳ୍ପ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ, ସାଧାରଣରେ ଏହା ରହିଛି ଖୁବ ସ୍ୱାଗତଯୋଗ୍ୟ ତଥା ପ୍ରଶଂସନୀୟ।।।
